ଭୁବନେଶ୍ୱର ,୧୩/୦୯/୨୦୧୯(ଓଡ଼ିଶା ସମାଚାର)-ଭାରତରେ ଅବସ୍ଥାପିତ ବି୍ରଟିଶ ଡେପୁଟି ହାଇକମିଶନର ଶ୍ରୀ ବ୍ରୁସ୍ ବକ୍ନେଲ୍ ସଂସ୍କୃତିବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀଙ୍କୁ ସୌଜ୍ୟମୂଳକ ସାକ୍ଷାତ କରିଛନ୍ତି । ଭୁବନେଶ୍ୱରସ୍ଥିତ ଡ.ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ କାର୍ଯ୍ୟ କରୁଥିବା ବି୍ରଟିଶ ସୂଚନା କେନ୍ଦ୍ରର କାର୍ଯ୍ୟାବଳୀ ତଥା ଉନ୍ନତିକରଣ ସମ୍ପର୍କରେ ଶ୍ରୀ ବକନେଲ ଆଲୋଚନା କରିଥିଲେ । ଏହି ସୂଚନା କେନ୍ଦ୍ର ବି୍ରଟ୍ରେନରେ ଉଚ୍ଚଶିକ୍ଷା,ବୃତିଗତ ତାଲିମ ଓ ସାଂସ୍କୃତିକ ବିନିମୟ ଉପରେ କାର୍ଯ୍ୟ କରୁଛି ଏବଂ ଏହାକୁ ଅଧିକକି୍ରୟାଶୀଳ କରାଯିବା ନେଇ ଆଲୋଚନାରେ ଗୁରୁତ୍ୱ ପ୍ରକାଶ ପାଇଥିଲା । ଡେପୁଟି ହାଇକମିଶନର ତାଙ୍କ ସୌଜନ୍ୟ ସାକ୍ଷାତକାଳରେ ଓଡ଼ିଶାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମେତ ବିପୁଳ ସାଂସ୍କୃତିକ ସମ୍ପଦର ଉଚ୍ଚପ୍ରଶଂସା କରିଥିଲେ ।ପ୍ରମୁଖ ଶାସନ ସଚିବ ଶ୍ରୀ ପାଣିଗ୍ରାହୀ ଶ୍ରୀବକନେଲ୍ ଙ୍କୁ ଓଡ଼ିଶା ଏବଂ ରଥଯାତ୍ରା ସମ୍ପର୍କିତ କେତେକ ତଥ୍ୟ ସମ୍ବଳିତ ପୁସ୍ତକ ଉପହାର ଦେଇଥିଲେ । ଏହି ସାକ୍ଷାତ ସମୟରେ ଓଡ଼ିଶା ନୌବାଣିଜ୍ୟ ଓ ଦକ୍ଷିଣ-ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନର ସଚିବ ଡ. ସୁନୀଲପଟ୍ଟନାୟକ ଓ ସୂଚନା ତଥା ଲୋକବ୍ୟାପାର ଅଧିକାରୀ ସ୍ୱର୍ଣ୍ଣମୟୀ ଶତପଥୀ ଉପସ୍ଥିତଥିଲେ । ଓଡ଼ିଶା ସମାଚାର