ଜଗତସିଂହପୁର,୧୩/୦୯/୨୦୧୯(ଓଡ଼ିଶା ସମାଚାର)- ବିଭିନ୍ନ ସଭା ସମିତି ତଥା ଗଣ ମାଧ୍ୟମରେ ନିଜକୁ ଓମଫେଡ଼ ସଭାପତି ଭାବେ ପରିଚୟ ଦେଉଥିବା ଜନୈକ ବ୍ୟକ୍ତି ଙ୍କ ବିରୁଦ୍ଧରେ ଜଗତସିଂହପୁର ଜିଲା ର ବିଭିନ୍ନ ଦୁଗ୍ଧ ସମବାୟ ସମିତିର ସମ୍ପାଦକ ମାନେ ଅସନ୍ତୋଷ ବ୍ୟକ୍ତ କରି ଏକ ପ୍ରେସ ବିଦୃତି ଜରିଆରେ ନିନ୍ଦା ପ୍ରସ୍ାବ ଆଗତ କରିଛନ୍ତି । ଖୁବ ଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମ୍ପର୍କରେ ମତ ପ୍ରକାଶ କରିଛନ୍ତି । ଯଶୋବନ୍ତପୁର ଦୁଗ୍ଧ ସମବାୟ ସମିତିର ସମ୍ପାଦକ ପ୍ରବୀର କୁମାର ଦାସଙ୍କ ଅଭିଯୋଗ ଅନୁଯାୟୀ ଗତ ମଙ୍ଗଳବାର ରାତି ୮ ଟାରେ ରବି ବେହେରା ନାମକ ଜଣେ ବ୍ୟକ୍ତି ନିର୍ଦ୍ଧିଷ୍ଟ ଏକ ଚ୍ୟାନେଲରେ ନିଜକୁ ଓମଫେଡ଼ ମହାସଂଘର ସଭାପତି ଭାବେ ପରିଚୟ ରଖିଥିଲେ । ତେବେ ଏଭଳି ନାମଧାରୀ ବ୍ୟକ୍ତି ଓମଫେଡ଼ ମହାସଂଘରେ ସଭାପତି ଥିବା କଥାକୁ ସେ ଖଣ୍ଡନ କରିଛନ୍ତି । ଓମଫେଡ଼ ପରିଚାଳନା ପରିଦେର ସଭ୍ୟ ଦିଲିପ କୁମାର ଲେଙ୍କା,ଶ୍ରୀକାନ୍ତ ଜେନାଙ୍କ କହିବା ଅନୁଯାୟୀ ସାରା ରାଜ୍ୟରେ ୧୧ ଟି ଦୁଗ୍ଧ ୟୁନିଅନ କାର୍ଯ୍ୟ କରୁଛି । ସେମାନଙ୍କ ଦ୍ୱାରା ନିର୍ବାଚନ ପଦ୍ଧତିରେ ଜଣକୁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଥଶଏ । ସେମାନଙ୍କ କାର୍ଯ୍ୟକାଳ ୫ ବର୍ଷ ରହିଥାଏ । ଗତ ୨୦୧୫ ମସିହାରୁ ସରୋଜିନୀ ମିଶ୍ର ମହାସଂଘର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରୁଛନ୍ତି । କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ନିଜର ବାହାଦୁରି ପାଇଁ ତଥା ଘରୋଇ ଡ଼ାଇରୀଙ୍କ ପ୍ରରୋଚନାରେ ଓମଫେଡ଼ ସଂସ୍ଥାକୁବଦନାମ କରିବା ପାଇଁ ଉଦ୍ୟମ ଚଳାଉଥିବାର ସମ୍ପାଦକ ଗୋଷ୍ଠି ମତ ବ୍ୟକ୍ତ କରିଛନ୍ତି । ଏପରି ବ୍ୟକ୍ତି ଓମଫେଡ଼ ସଂସ୍ଥାର କୌଣସି ପଦ ପଦବୀରେ ନଥିବା ସେମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଯଦି ସେ ସଭାପତି ପଦବୀରେ ଅଛନ୍ତି ତବେ ପରିଚାଳନା ପରିଷଦରେ ପ୍ରମାଣ ଦେବାକୁ ସେମାନେ ଆହା୍ୱନ କରିଛନ୍ତି । ସାଧାରଣରେ ବିଭ୍ରାନ୍ତିକର ତଥ୍ୟ ଦେଇ ଦୁଗ୍ଧ ଚାଷୀଙ୍କୁ ଭୁଆଁ ବୁଲାଉଥିବା ଉକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅରଜଙ୍ଗ ଦୁଗ୍ଧ ସମବାୟ ସମିତିର ସମ୍ପାଦକ ରମାକାନ୍ତ ରଥ, ଖଣ୍ଡା ସାହିର ଧୃବ ଚରଣ ପରିଡ଼ା, ସିଥାଳର ବୀରବର ବେହେରା,ନାଗପୁରାର ପ୍ରଶାନ୍ତ କୁମାର ରାୟ, କେଲାର ର ଯୋଗେଶ ନନ୍ଦନ ସ୍ୱାଇଁ, ହଂସୁରାର ତପନ ଦାସ, ପିପଳମାଧବ ର ରୀନାବାଳା ନାଏକ, ମଣିଜଙ୍ଗାର ବିଜୟ ସେଠୀ, ଚିକିଣିଆର ସାରଦା ପ୍ରସନ୍ନ ନାଏକ, ରାମେଶ୍ୱର ପଂଚୁପଲୀର ଶୁକଦେବ ବେହେରା, ତେରମାଣ ପୁରର କାଂଚନ ବେହେରା, ବିଶ୍ୱନାଥପୁରର ନିତ୍ୟାନନ୍ଦ ଦାସ,ଜଁକୋଠିର ନାରାୟଣ ପଲେଇ, ବଣିତୋ ର ମନୋରଂଜନ ପଣ୍ଡା,ଖରିକୁଦ ର ବିଭୁତି ଭଳଷଣ ଦାଶ, ବାମରା ର ପ୍ରମୁକଲ୍ୟାଣ ପରିଡ଼ାଙ୍କ ସମେତ ସମ୍ପାଦକ ମାନେ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର