Monday , October 18 2021
Breaking News
Home / ରାଜନୀତି / ବିନା ଜୋରିମାନାରେ ଦୁର୍ଘଟଣାମୁକ୍ତ ଦେଶ ଗଠନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟିର ଆହ୍ୱାନ

ବିନା ଜୋରିମାନାରେ ଦୁର୍ଘଟଣାମୁକ୍ତ ଦେଶ ଗଠନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟିର ଆହ୍ୱାନ

ଭୁବନେଶ୍ୱର ,୧୨/୦୯/୨୦୧୯(ଓଡ଼ିଶା ସମାଚାର)- ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାର ଏକ ଦୁର୍ଘଟଣାମୁକ୍ତ ରାଜ୍ୟ ଓ ଦୁର୍ଘଟଣାମୁକ୍ତ ଦେଶ ଗଠନ କରିବା ପାଇଁ ବିନା ଜୋରିମାନାରେ ସ୍କିମ୍ ପ୍ରଚଳନ ନ କରି ନିଜର ଅପାରଗତାକୁ ଲୁଚାଇବା ପାଇଁ ହଜାର ହଜାର ଟଙ୍କାର ଜୋରିମାନା ଲଦି ଦେଇ ଜୀବନ ଜୀବିକା ବନ୍ଦ କରିଦେବାକୁ ଇଣ୍ଡଇଆନ୍ ସିଟିଜେନସ ପାର୍ଟି ନିନ୍ଦା କରିଛି । ଆହୁରି ମଧ୍ୟ ଆମେରିକା, ଇଂଲଣ୍ଡ ଭଳି ଦେଶ ସହ ତୁଳନା କରିବା ଭାରତ ଭଳି ଗରୀବ ଦେଶର କୋଟି କୋଟି ଗରିବ ଲୋକଙ୍କ କଟା ଘାରେ ଚୂନ ଦେବା ସହିତ ସମାନ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତିରେ କହିଛନ୍ତି । ୨୦୧୯ ମସିହାର ମୋଟର ଯାନ ସଂଶୋଧନ ଆଇନ୍ ଏକ କଳା ଆଇନ୍ ଯାହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଇଣ୍ଡଇଆନ୍ ସିଟିଜେନସ୍ ପାର୍ଟି ଦାବି କରିଛି । ଦୁର୍ଘଟଣା ରୋକିବା ନାମରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଭୟ ଓ ଆତଙ୍କ ସୃଷ୍ଟି କରିଛନ୍ତି ବୋଲି ଇଣ୍ଡଇଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ରାଉତ ଏକ ପ୍ରେସ୍ ବିବୃତିରେ କହିଛନ୍ତି । ବର୍ଦ୍ଧିତ ହାରରେ ଆଦାୟ କରିଥିବା ଜୋରିମାନାକୁ ମୋଟର ଚାଳକମାନଙ୍କୁ ଫେରସ୍ତ କରିବାକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ଦାବି କରିଛି । ଓଡ଼ିସା ସମାଚାର

About admin

Check Also

ଯୁବ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ଭାରତର ଜନପ୍ରିୟ ମୁଖ୍ୟମନ୍ତ୍ରୀ ତଥା ସାଢେ ୪କୋଟି ଓଡିଆଙ୍କ ହୃଦୟର ସ୍ପନ୍ଦନ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ …

Leave a Reply

Your email address will not be published. Required fields are marked *