ଭୁବନେଶ୍ୱର ,୧୨/୦୯/୨୦୧୯(ଓଡ଼ିଶା ସମାଚାର)- ବୁଧବାର ପୂର୍ବାହ୍ନରେ ମାନସ ରଂଜନ ମଙ୍ଗରାଜ ଗଣମାଧ୍ୟମ ଓ ଲୋକ ସମ୍ପର୍କ ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କର ଦାୟିତ୍ୱଗ୍ରହଣ ପତ୍ର ପ୍ରଦାନ କରିବା ସେଙ୍ଗ ସେଙ୍ଗ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗକୁ ଗସ୍ତ କରିଥିଲେ । ବିଭାଗ ତରଫରୁ ନିର୍ଦ୍ଧେଶକ ଶ୍ରୀ କୃପାସିନ୍ଧୁ ମିଶ୍ର , ଅତିରିକ୍ତ ନିର୍ଦ୍ଧେଶକ ଶ୍ରୀ ନିରଞ୍ଜନ ସେଠୀ, ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟର ସଂପାଦକ ଡଃ. ଲେଲିନ୍ ମହାନ୍ତି, ଯୁଗ୍ମ ନିର୍ଦ୍ଧେଶକ ଶ୍ରୀ ବିପିନି ବିହାରୀ ବାରିକିଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କ ତରଫରୁ ଶ୍ରୀ ମଙ୍ଗରାଜଙ୍କୁ ସାଦର ସ୍ୱାଗତ କରାଯାଇଥିଲା । ଆଲୋଚନା ସମୟରେ ଉପଦେଷ୍ଟା ଶ୍ରୀ ମଙ୍ଗରାଜ ମୁଖ୍ୟମନ୍ତ୍ରୀଙ୍କ ୫-ଟିକୁ ସଫଳତାର ସହ କାର୍ଯ୍ୟକାରୀ କରିବାରେ ସେ ନିଜେ ଯନôବାନ ହେବା ସେଙ୍ଗ ସେଙ୍ଗ ଏଥିପାଇଁ ବିଭାଗୀୟ କର୍ମକର୍ତା ଓ ଅଧିକାରୀମାନଙ୍କ ସହଯୋଗ କାମନା କରିଥିଲେ । ଆଗାମୀ ଦିନରେ ଲୋକ ସଂପର୍କ, ସମ୍ବାଦପତ୍ର ସଂସ୍ଥା ଓ ସଂବାଦ ପତ୍ରର ପ୍ରତିନିଧି ଏବଂ ସମସ୍ତ ସରକାରୀ ବିଭାଗ ସହ ସମନ୍ୱୟ ରକ୍ଷା କରି ୫-ଟି ଆଧାରରେ ସମସ୍ତ କାର୍ଯ୍ୟକ୍ରମ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର
Check Also
ଭତା ଅପେକ୍ଷାରେ ରୋଗଗ୍ରସ୍ତ ବାପ ଓ ଝିଅ
କେନ୍ଦ୍ରାପଡ଼ା, ୨୬/୦୫/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଂଚାୟତର ଆୟବା ଗ୍ରାମର ରୋଗଗ୍ରସ୍ତ ବାପ ଓ ଝିଅ …