Sunday , October 1 2023
Home / ପର୍ଯ୍ୟଟନ ଓ ସଂସ୍କୃତି / ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କର ସମୀକ୍ଷା ବୈଠକ

ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କର ସମୀକ୍ଷା ବୈଠକ

ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ଦିଗରେ ସଂସ୍କୃତି ଅଧିକାରୀମାନେ ନେତୃତ୍ୱ ନିଅନ୍ତୁ:ସଂସ୍କୃତି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ

ଭୁବନେଶ୍ୱର ,୧୨/୦୯/୨୦୧୯(ଓଡ଼ିଶା ସମାଚାର)-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ହେଉଛି ଓଡ଼ିଶାର ପ୍ରମୁଖ ପରିଚୟ ଓ ଏହି କ୍ଷେତ୍ରରେ ନେତୃତ୍ୱ ନେବା ନିମନ୍ତେ ସଂସ୍କୃତି ଅଧିକାରୀମାନେ ନିଷ୍ଠାପର ଉଦ୍ୟମ କରିବାକୁ ପର୍ଯ୍ୟଟନ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପରାମର୍ଶ ଦେଇଛନ୍ତି । ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କର ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଅଧିକାରୀମାନଙ୍କୁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ୫ ଟି ମନ୍ତ୍ରରେ ଅନୁପ୍ରେରିତ ହେବାକୁ କହିଛନ୍ତି । ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା କଳାସଂସ୍କୃତି ସଂଘର କର୍ମକର୍ତାମାନେ ଉପସ୍ଥିତ ଥିଲେ । ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଲେ ଯେ, ରାଜ୍ୟ ସରକାର ପ୍ରତି ବ୍ଲକ୍ରେ ଗୋଟିଏ ଲେଖାଏଁ ନାଟ୍ୟ ମଣ୍ଡପର ନିର୍ମାଣ ନିମନ୍ତେ ବିଚାର କରୁଛନ୍ତି । ଏହାସହିତ ଐତିହ୍ୟସ୍ଥଳୀଗୁଡ଼ିକର ସୁରକ୍ଷା ନିମନ୍ତେ ବିଭାଗ ଗୁରୁତ୍ୱ ଆରୋପ କରିଛି । ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ନିମନ୍ତେ ସଂସ୍କୃତି ଅଧିକାରୀମାନେ ନିଜ ନିଜର ଅଭିନବତ୍ୱ ପ୍ରତିପାଦନ ସହିତ ଟେକ୍ନୋଲୋଜିର ଉପଯୋଗ କରି ବିବିଧ କାର୍ଯ୍ୟାନ୍ୱୟନର ମାର୍ଗ ପ୍ରସ୍ତୁତ କରିବାକୁ ମନ୍ତ୍ରୀ କହିଥିଲେ । ଯଥାର୍ଥ ନିଷ୍ଠା ଓ ଶୃଙ୍ଖଳାର ସହିତ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କଲେ ସମୀକ୍ଷାର ଆବଶ୍ୟକତା ରହିବ ନାହିଁ ବୋଲି ଦର୍ଶାଇ ମନ୍ତ୍ରୀ କହିଲେ ଯେ ସଂସ୍କୃତି ଅଧିକାରୀମାନେ ନିଜ ନିଜର ଅଭିନବତ୍ୱ ପ୍ରତିପାଦନ ସହିତ ଟେକ୍ନୋଲୋଜିର ଉପଯୋଗ କରି ବିବିଧ କାର୍ଯ୍ୟାନ୍ୱୟନର ମାର୍ଗ ପ୍ରସ୍ତୁତ କରିବାକୁ ମନ୍ତ୍ରୀ କହିଥିଲେ । ଯଥାର୍ଥ ନିଷ୍ଠା ଓ ଶୃଙ୍ଖଳାର ସହିତ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କଲେ ସମୀକ୍ଷାର ଆବଶ୍ୟକତା ରହିବ ନାହିଁ ବୋଲି ଦର୍ଶାଇ ମନ୍ତ୍ରୀ କହିଲେ ଯେ ସଂସ୍କୃତି ଅଧିକାରୀମାନଙ୍କ ନିମନ୍ତେ ବିଭାଗ ପକ୍ଷରୁ ବୃତିଗତ ପ୍ରଯତ୍ନ ଓ ବ୍ୟବହାରିକ ସଫଳତାକୁ ଦୃଷ୍ଟିରେ ରଖି ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ବୈଠକରେ ବିଭିନ୍ନ ଜିଲ୍ଲାରୁ ଆଗତ ସଂସ୍କୃତି ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲା ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର ରୂପାୟନ ବାବଦରେ ତଥ୍ୟ ପ୍ରଦାନ କରିଥିଲେ । ବିଶେଷକରି ଭାଗବତ ଟୁଙ୍ଗୀର ପୁନରୁଦ୍ଧାର, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ଅଗ୍ରଗତି, କଳା ସଂସ୍କୃତି ସଂଘଗୁଡ଼ିକର କାର୍ଯ୍ୟକ୍ରମ ଏବଂ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଉପରେ ବିସ୍ତୃତ ବିବରଣୀ ସଂଗ୍ରହ କରାଯାଇଥିଲା । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହ ପାଳନ ଅବସରରେ ଦୁଇବର୍ଷ ଧରି ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗାନ୍ଧୀରଚନା  ବିତରଣ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ଶୋଭାଯାତ୍ରା, ଶିଳ୍ପୀ ଶିବିର, ସ୍ୱଚ୍ଛ ଓଡ଼ିଶା ଅଭିଯାନ, ବୃକ୍ଷରୋପଣ, ମାର୍ଗ ଓ ଉଦ୍ୟାନ ନାମକରଣ, ସର୍ବଧର୍ମ ପ୍ରାର୍ଥନା ଓ ରାମଧୂନ୍ ଏବଂ ସଭାସମିତି ଇତ୍ୟାଦି ଅନ୍ତର୍ଭୁକ୍ତ ହୋଇଚି ବୋଲି ବୈଠଳରେ ଅଧିକାରୀମାନେ ସୂଚନା ଦେଇଥିଲେ । ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଉପସ୍ଥିତ ରହି ସଂସ୍କୃତି ଅଧିକାରୀମାନେ ବିଭିନ୍ନ ଯୋଜନାର ସଫଳତା ନିମନ୍ତେ ସେମାନଙ୍କର ଆନ୍ତରିକତା ଓ ଲୋକାଭିମୁଖୀ ନିଷ୍ଠାକୁ ପ୍ରମାଣିତ କରିବାରେ ହିଁ ଭାଷା, ସାହିତ୍ୟ ଓ ସଂସ୍କୃତିର ବ୍ୟାପକ ଅଭିବୃଦ୍ଧି ହୋଇପାରିବ ବୋଲି କହିବା ସହିତ ପ୍ରତି ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ବୈଠକରେ ବିଭାଗୀୟ ନିର୍ଦ୍ଧେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ନାୟକ, ଯୁଗ୍ମ ନିର୍ଦ୍ଧେଶକ ତଥା ଯୁଗ୍ମ ଶାସନ ସଚିବ ଶ୍ରୀମତୀ ସଂଘମିତ୍ରା ଶତପଥୀ ଏବଂ ଯୁଗ୍ମ ନିର୍ଦ୍ଧେଶକ ଶ୍ରୀମତୀ ମନସ୍ୱିନୀ ସାହୁଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *