Friday , September 29 2023
Breaking News
Home / ତାଜା ଖବର / ୨ ବାଇକ୍ ଲୁଟେରାଙ୍କ ସମେତ ୯ ଗିରଫ, ୧୦ ମୋଟରସାଇକେଲ ଜବତ

୨ ବାଇକ୍ ଲୁଟେରାଙ୍କ ସମେତ ୯ ଗିରଫ, ୧୦ ମୋଟରସାଇକେଲ ଜବତ

ମାଲକାନଗିରି, ୧୧/୦୯/୨୦୧୯(ଓଡ଼ିଶା ସମାଚାର)-: ମାଲକାନଗିରି ପୁଲିସ ୧୦ ଟି ଚୋରା ମୋଟର ସାଇକେଲ ଜବତ କରିବା ସହ ୨ ଜଣ ବାଇକ୍ ଲୁଟେରାଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି । ଗିରଫ ୨ ଲୁଟେରା ହେଲେ ପେଦାୱାଡ଼ା ଗ୍ରାମର ଫୁଲଧର ଖିଲ (୩୦)ଓ ବନ୍ଧଗୁଡ଼ା ଗ୍ରାମର ଦାମୋଦର ହନ୍ତାଳ(୩୦) । ଉଭୟଙ୍କୁ ପଚରାଉଚରା ବେଳେ ଗାଡ଼ି କିଣିଥିବା ଅନ୍ୟମାନଙ୍କୁ ପୁଲିସ ଗିରଫ କରିଛି । ପୁଲିସ ୧୦ ଟି ବାଇକକୁ ଜବତ କରିଛି । ଚୋରା ବାଇକ୍ କିଣି ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସୁନ୍ଧିଗୁଡ଼ା ଗ୍ରାମର ଦୁର୍ଯେ୍ୟାଧନ ବିଶୋୟୀ (୨୪), ଆଲାମପଡ଼ା ଗ୍ରାମର ଡମ୍ବୁରୁ ପୁଟିଆ(୩୦), ପେଦାୱାଡ଼ା ଗ୍ରାମର ସାନା ଖିଲ(୩୦), ଡଙ୍ଗରଗୁଡ଼ା ଗ୍ରାମର ଜଗତରାମ ଖିଲ(୩୦), କାଦଗୁଡ଼ା ଗ୍ରାମର ପର୍ଶୁ ବରଜା(୩୦), କୃଷ୍ଣ ବରଜା(୪୫) ଓ ରାମଚନ୍ଦ୍ର ବିଶୋୟୀ(୪୫) । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ମାଲକାନଗିରି ଏସ୍ପି ରିଷିକେଶ ଖିଲାରୀ ଡ୍ୟାନଡେଓ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *