ନୟାଗଡ,୧୧/୦୯/୨୦୧୯(ଓଡ଼ିଶା ସମାଚାର)- ନୟାଗଡ ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ନୀଳମାଧବ ହୋଟେଲ ପରିସରରେ ଜିଲ୍ଲା କର୍ଯ୍ୟକାରିଣୀ ବୈଠକ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାସଭାପତି ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର ସଭାପତିତ୍ୱ କରିଥିଲେ । ରାଜ୍ୟରୁ ଆସିଥିବା ଜିଲ୍ଲା ଦାୟୀତ୍ୱରେ ଥିବା ପର୍ଯର୍୍ୟବେକ୍ଷକ ଭାବେ ବଡଚଣବିଧାୟକ ଆମର ପ୍ରସାଦ ଶତପଥି ଓ ଅନ୍ୟତମ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଉପସ୍ଥିତ ଥିଲେ । ସଭା ଆରମ୍ଭରେ ଡ.ଃ ଅରୁଣ କୁମାର ସାହୁ,ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ,ଦଶପଲ୍ଲା ବିଧାୟକ ରମେଶ ବେହେରା ପ୍ରମୂଖ ମଂଚାସିନ ରହି ଦଳୀୟ ସଂଗଠନକୁ ମଜବୁତ କରିବାପାଇଁ ଆହ୍ୱାନ ଦେବା ସହିତ ଜିଲ୍ଲାରେ ସଭ୍ୟ ସଂଗ୍ରହ କିଭଳି ଅଧିକ କରାଯାଇପାରିବ ସୂଚାଇ ଥିଲେ, ଏହି ସଭାରେ ରାଜ୍ୟ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କର ବିଭିନ୍ନ ନିର୍ଦ୍ଧେଶନାମା ଉପସ୍ଥାପନା କରିଥିଲେ । ଆଗମୀ ଦିନରେ ଜିଲ୍ଲାରେ ପୌର ନିର୍ବାଚନ ଓ ଏନ୍.ଏ.ସି.ନିର୍ବାଚନ ପାଇଁ କର୍ମୀ ଓ ନେତାମାନେ ବିଭିନ୍ନ ୱାର୍ଡରେ କମିଟି ଗଠନ କରି ବିଜୁଜନତାଦଳକୁ ମଜବୁତ୍ କରିବାପାଇଁ ପର୍ଯ୍ୟବେକ୍ଷକ ଶ୍ରୀ ଅମର ଶତପଥି ଓ ପ୍ରଦିପ ପାଣିଗ୍ରାହୀ କର୍ମୀମାନଙ୍କୁ ସୂଚାଇ ଥିଲେ । ଏହି କାର୍ଯ୍ୟକାରିଣୀ ବୈଠକ ରେ ବି.ଜେ.ଡି.ର ମହିଳା କର୍ମୀ ବହୁ ସଂଖ୍ୟାରେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା । ଓଡ଼ିଶା ସମାଚାର