ଭୁବନେଶ୍ୱର ,୧୧/୦୯/୨୦୧୯(ଓଡ଼ିଶା ସମାଚାର)- ମାନୁଫାକ୍ଚରିଂକ୍ଷେତ୍ରରେ ଅନ୍ତର୍ଭୁକ୍ତୀକରଣ ଏବଂ ଲିଙ୍ଗବିବିଧତାକୁ ଉତ୍ସାହିତ କରିବା ଲକ୍ଷ୍ୟନେଇ ପ୍ରସ୍ତୁତ କରାଯାଇଥିବା “ଓମେନ୍ଅ୍ଫ ମେଟେଲ୍” ସ୍କଲାରସିପ୍କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣବିଜେତା ଘୋଷଣା କରାଯାଇଛି । ଏହିକାର୍ଯ୍ୟକ୍ରମର ତୃତୀୟ ସଂସ୍କରଣରେଦେଶର ୫୦ଟି ପ୍ରିମିୟର ଇଂଜିନିୟରିଂକଲେଜର ୭୦୦ରୁ ଅଧିକ ଦ୍ୱିତୀୟବର୍ଷର ଇଂଜିନିୟରିଂ ଛାତ୍ରୀ ଅଂଶଗ୍ରହଣକରିଥିଲେ ।ଏନ୍ଆଇଟି ସୁରତକାଲ୍ରହିମାନି ପଟେଲ୍ ତୃତୀୟ ସଂସ୍କରଣରବିଜେତା ହୋଇଥିବା ବେଳେ ବିର୍ଲାଇନଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜିମେସ୍ରାର ତାନ୍ୟା ମୌର୍ଯ୍ୟ ପ୍ରଥମ ରନର୍ସଅପ୍ ଓ ଏନ୍ଆଇଟି ରାଉରକେଲାରସ୍ୱାତୀ କୁମାରୀ ଦ୍ୱିତୀୟ ରନର୍ସ ଅପ୍ ଘୋଷିତ ହୋଇଛନ୍ତି । ଚଳିତ ସଂସ୍କରଣଶ୍ରେଷ୍ଠ ୧୦ ବିଜେତାଙ୍କୁ ଦୁଇ ବର୍ଷପର୍ଯ୍ୟନ୍ତ ଦୁଇ ଲକ୍ଷ ଟଙ୍କାର ସ୍କଲାରସିପ୍ପ୍ରଦାନ କରାଯିବ । ସେମାନେ ଟାଟାଷ୍ଟିଲ୍ରେ ମ୍ୟାନେଜମେଂଟ୍ ଟ୍ରେନି ଭାବେଯୋଗ ଦେବାର ସୁଯୋଗ ପାଇବେ ।ଗତକାଲି ଜାମସେଦପୁର ଠାରେଆୟୋଜିତ ଗ୍ରାଣ୍ଡ୍ ଫିନାଲେରେବିଜେତାଙ୍କ ନାମ ଘୋଷଣାକରାଯାଇଥିଲା । ଏହି ଅବସରରେଶ୍ରୀଯୁକ୍ତ ସଂଜୀବ ପଲ୍, ଉପସଭାପତି(ନିରାପତା, ସ୍ୱାସ୍ଥ୍ୟ ଓସଷ୍ଟେନେବିଲିଟି), ଟାଟା ଷ୍ଟିଲ୍ ଏବଂଶ୍ରୀଯୁକ୍ତ ଅବନୀଶ ଗୁପ୍ତା,ଉପସଭାପତି, ସେୟାରଡ୍ ସର୍ଭିସେସ୍,ଟାଟା ଷ୍ଟିଲ୍ ମୁଖ୍ୟ ଅତିଥି ଓ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଏହିଅବସରରେ ଅନ୍ୟ ବିଚାରକମଣ୍ଡଳୀମାନେ ମଧ୍ୟ ଉପସ୍ଥିତ ଥିଲେ ।ଏହି ଅବସରରେ ଶ୍ରୀଯୁକ୍ତ ସଂଜୀବପଲ୍, ଉପସଭାପତି (ନିରାପତା, ସ୍ୱାସ୍ଥ୍ୟଓ ସଷ୍ଟେନେବିଲିଟି), ଟାଟା ଷ୍ଟିଲ୍କହିଛନ୍ତି ଯେ, “ଓମେନ୍ ଅଫ୍ମେଟେଲ୍ ସ୍କଲାରସିପ୍ କାର୍ଯ୍ୟକ୍ରମକେବଳ ଭାରତୀୟ ଇସ୍ପାତ କ୍ଷେତ୍ରନୁହେଁ ବରଂ ସାରା ଦେଶରମାନୁଫାକ୍ଚରିଂ କ୍ଷେତ୍ର ପାଇଁ ଏକ ବିବିଧ ଓ ଅନ୍ତର୍ଭୁକ୍ତୀକରଣ ଅଭିଯାନ ।ଦେଶ ଆଗକୁ ବଢ଼ିବା ଏବଂ ପ୍ରଗତିକରିବା ସହିତ ଏହା ବର୍ତମାନତୁଳନାରେ ଅଧିକ ବଡ଼ ମାନୁଫାକ୍ଚରିଂହବ୍ ହେବ ଏବଂ ଆମକୁ ଆମର୫୦% ମାନବ ସ ́ଳର ପୂର୍ଣ୍ଣ ଉପଯୋଗକରିବାକୁ ପଡ଼ିବ । ବିଭିନ୍ନ କାରଣ ପାଇଁଭାରତର ମାନୁଫାକ୍ଚରିଂ କ୍ଷେତ୍ରରେମହିଳାଙ୍କ ଅଂଶଦାନ କମ୍ ରହିଛି ।ଦେଶରେ ଶ୍ରେଷ୍ଠ ଶ୍ରମ ଓ ମାନବ ସ ́ଳବ୍ୟବସ୍ଥା ଲାଗୁ କରିବାରେ ଅଗ୍ରଦୂତଥିବା ଟାଟା ଷ୍ଟିଲ୍ କର୍ମ କ୍ଷେତ୍ରରେବିବିଧତା ଆଣିବା ପାଇଁ ନିଜର କାର୍ଯ୍ୟଜାରି ରଖିବ । ଓମନେ୍ ଅଫମେଟେଲ୍ର ତୃତୀୟ ସଂସ୍କରଣରବିଜେତା ଓ ପୂର୍ବ ବିଜେତାମାନେ ମାନୁଫାକ୍ଚରିଂ କ୍ଷେତ୍ରରେ ମହିଳାଙ୍କ ଯୋଗଦାନକୁ ନିଶ୍ଚିତ କରିବା ଲାଗି ରୋଲ୍ ମଡେଲ୍ ସାଜିଛନ୍ତି । ଓଡ଼ିଶା ସମାଚାର
