Wednesday , October 4 2023
Breaking News
Home / ବିଶେଷ / କଳାକାରମାନଙ୍କ ଭତା ମଞ୍ଜୁରୀ ପାଇଁ ସଂକିର୍ତନ ମହାସଂଘ ଜିଲାପାଳଙ୍କୁ ଗୁହାରି ଜଣାଇଲେ     

କଳାକାରମାନଙ୍କ ଭତା ମଞ୍ଜୁରୀ ପାଇଁ ସଂକିର୍ତନ ମହାସଂଘ ଜିଲାପାଳଙ୍କୁ ଗୁହାରି ଜଣାଇଲେ     

 ଗରଦପୁର ୧୧/୦୯/୨୦୧୯(ଓଡ଼ିଶା ସମାଚାର)- ପ୍ରଶାସନଙ୍କ ଦ୍ୱାରା ଯୋଗ୍ୟ ବିବେଚିତ ହୋଇ କେନ୍ଦ୍ରାପଡା ଜିଲାରେ ପଡି ରହିଥିବା ପ୍ରାୟ ୧୨ ଶହ କଳାକାରମାନଙ୍କ ପାଇଁ ସରକାର ତୁରନ୍ତ ଭତା ମଞ୍ଜୁରୀ କରିବାକୁ  ଶ୍ରୀ ଜଗନ୍ନାଥ ସଂକିର୍ତନ ମହାସଂଘ ପକ୍ଷରୁ କେନ୍ଦ୍ରାପଡା ଜିଲାପାଳଙ୍କୁ ଗୁହାରୀ ଜଣାଇଲେ । ପ୍ରକାଶ ଯେ, ଗତକାଲି ଗରଦପୁର ବ୍ଳକର ସଭାଗୃହରେ କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମା ଓ ଜିଲା ଆରକ୍ଷୀ ଅଧିକ୍ଷକ ନୀତୀ ଶେଖର ମିଳିତ  ଜନ ଅଭିଯୋଗ ଶୁଣାଣୀ ଶିବିରରେ ଶ୍ରୀ ଜଗନ୍ନାଥ ସଂକିର୍ତନ ମହାସଂଘ ପକ୍ଷରୁ ସଭାପତି ନବଘନ ନାୟକ,ସମ୍ପାଦକ ନିଶାମଣୀ  ନନ୍ଦି, ଉପ-ସଭାପତି ଯୁଧିଷ୍ଠିର ଦାସ ଓ ଅନ୍ୟତମ ଉପ-ସଭାପତି ବୈକୁଣ୍ଠ ଚରଣ ନାୟକ,ପ୍ରକୃତିବନ୍ଧୁ ଦ୍ୱାରିକାନାଥ ସେନାପତି,ଶ୍ରୀପତି ବେହେରା,ରତ୍ନାକର ସ୍ୱାଇଁ,ଉଦୟ କୁମାର ନାଥଙ୍କ ନେତୃତ୍ୱରେ ପ୍ରାୟ ୩୦ରୁ ଉଦ୍ଧ୍ୱର୍ କଳାକାରମାନେ ଉପସ୍ଥିତ ରହି  ଜିଲାପାଳ ସମର୍ଥ ବର୍ମାଙ୍କୁ ସାକ୍ଷାତ କରି କେନ୍ଦ୍ରାପଡା ଜିଲାରେ ଯୋଗ୍ୟ ବିବେଚିତ ହୋଇ ଜିଲାର ଅପେକ୍ଷାରତ ଥିବା ୧୨ ଶହ କଳାକାରମାନଙ୍କୁ ସରକାର କଳାକାର ଭା ମଞ୍ଜୁର କରିବା ପାଇଁ ଦାବି ଜଣାଇଥିଲେ । ଏହି ଆଲୋଚନା ସମୟରେ ଜିଲାପାଳ ସମର୍ଥ ବର୍ମା  ପୂର୍ବରୁ ଏ ସମ୍ପର୍କରେ ରାଜ୍ୟ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ସହିତ କଥା ହୋଇଥିବା ଜିଲାପାଳ ଶ୍ରୀ ବର୍ମା ପ୍ରକାଶ କରିଥିଲେ । ପ୍ରକାଶ ଯେ,ଚଳିତ ବର୍ଷ ସରକାର  କେନ୍ଦ୍ରାପଡା ଜିଲାକୁ ମୋଟ ୧୫୭୯ କଳାକାର ଭତା ମଞ୍ଜୁରୀ ପାଇଁ  ଧାର୍ଯ୍ୟ ଲକ୍ଷ୍ୟ କରିବା ସହିତ ଏଥି ପାଇଁ ବ୍ଲକ ସ୍ତରରେ ଯୋଗ୍ୟ କଳାକାରମାନଙ୍କୁ ମନୋନୀତ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ସେହି ଅନୁସାରେ ଜିଲାପାଳଙ୍କ ନିର୍ଦ୍ଧେଶ ପାଇ ବ୍ଲକ ସ୍ତରରେ ଚୟନ ପ୍ରକ୍ରିୟାରେ କଳାକାରମାନଙ୍କୁ ମନୋନୟନ କରାଯାଇ ଯୋଗ୍ୟ କଳାକାର ତାଲିକା ପ୍ରସ୍ତୁତ କରାଯାଇଥିଲା । ସେଥି ମଧ୍ୟରୁ ୧୫୭୯କଳାକାର ଭତା ମଞ୍ଜୁରୀ କରାଯିବା ପରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଂଚାୟତମାନଙ୍କରେ ଅନୁଷ୍ଠିତ ହୋଇଥିବା ‘ପିଠା’ କାର୍ଯ୍ୟକ୍ରମରେ ଚେକ୍ ଆକାରରେ ଭତା ପ୍ରଦାନ କରାଯାଇଥିଲା । କିନ୍ତୁ ସେହି ଦିନ ଠାରୁ ଗରଦପୁର ମହାକାଳପଡା,ମାର୍ଶାଘାଇ,ଆଦି ବ୍ଲକରେ ୧୨ ଶହରୁ ଉଦ୍ଧ୍ୱର୍ ଯୋଗ୍ୟ କଳାକାର ଭତା ନ ପାଇ ହତାଷ ହୋଇରହିଛନ୍ତି । ସେଥି ପାଇଁ ଜିଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଅପେକ୍ଷା ରତ ଯୋଗ୍ୟ କଳାକାରମାନଙ୍କୁ ଭତା ମଞ୍ଜୁର କରିବା ପାଇଁ ସଂଘ ଦାବି ଜଣାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *