Sunday , January 23 2022
Breaking News
Home / ଶିକ୍ଷା / ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଚାନକ ନିରାକାରପୁର କଲେଜ ପରିଦର୍ଶନ: କଲେଜ ଜାଗାକୁ ରେକର୍ଡ଼ଭୁକ୍ତ ପାଇଁ ପ୍ରତିଶ୍ରୁତି

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଚାନକ ନିରାକାରପୁର କଲେଜ ପରିଦର୍ଶନ: କଲେଜ ଜାଗାକୁ ରେକର୍ଡ଼ଭୁକ୍ତ ପାଇଁ ପ୍ରତିଶ୍ରୁତି

 

ନିରାକାରପୁର, ୧୧/୦୯/୨୦୧୯(ଓଡ଼ିଶା ସମାଚାର)- ଆଜି ଅପରାହ୍ନ ୩ଟା ୫୦ ମିନିଟରେ ହଠାତ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଡ଼ିଏଭି କଲେଜ ପରିଦର୍ଶନ କରିବାକୁ ପହଂଚିଥିଲେ । ମନ୍ତ୍ରୀଙ୍କୁ ଦେଖିବା କ୍ଷଣି ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ଉତ୍ସାହର ସହିତ ମନ୍ତ୍ରୀଙ୍କୁ କଲେଜ ପରିସରକୁ ପାଛୋଟି ନେଇଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ସାହୁ ବିଭିନ୍ନ ବିଭାଗ ବୁଲିସାରି  କଲେଜ କମନରୁମରେ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ମଧ୍ୟରେ ବେଶ କିଛି ସମୟ କଟାଇ କଲେଜର ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । କଲେଜ ଅଧ୍ୟକ୍ଷ ଅଶୋକ କୁମାର ବଳବନ୍ତରାୟ ବିଭିନ୍ନ ସମସ୍ୟା ସଂପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସମୟରେ ଖବର ପାଇ କଲେଜର ପୁରାତନ ଛାତ୍ର ତଥା ବର୍ତମାନର ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ସେଠାରେ ପହଂଚିଥିଲେ । ବିଭିନ୍ନ ଦୃଷ୍ଟିରୁ କଲେଜ ସମ୍ବନ୍ଧରେ ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ସାମ୍ବାଦିକମାନଙ୍କ ପ୍ରଶ୍ନରେ ନିରାକାରପୁର କଲେଜର ସ୍ଥାୟୀ ପଟ୍ଟା ସହିତ ପାରିପାଶ୍ୱିର୍କ ବିକାଶ କରିବାକୁ ସେ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ମହିଳା ମହାବିଦ୍ୟାଳୟରେ ଏନଏସଏସ ର ଶୀତକାଳୀନ ଶିବିର ଉଦଯାପିତ

ଭୁବନ,୧୦/୧/୨୦୨୨ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟସେବା ଯୋଜନା (ଏନଏସଏସ ) ଆନୁକୂଲ୍ୟରେ ଗତ ୨ ତାରିଖ …

Leave a Reply

Your email address will not be published. Required fields are marked *