ବଡ଼ଚଣା, ୧୧/୦୯/୨୦୧୯(ଓଡ଼ିଶା ସମାଚାର)-ଯାଜପୁର ମେଡିକାଲରୁ ଜଣେ ବିଷ ପିଇଥିବା ବୃଦ୍ଧାଙ୍କୁ କଟକ ବଡ଼ ମେଡିକାଲକୁ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ଆହତ ୨ଜଣ କଟକ ବଡ଼ ମେଡିକାଲରେ ଭର୍ତି ହୋଇଛନ୍ତି । ବିଳମ୍ବିତ ରାତିରେ ଏକ ଆମ୍ବୁଲାନ୍ସ ଦଶରଥପୁର ବ୍ଳକ ପାଟପୁରର ଶଶୀ ଜେନାଙ୍କୁ (୬୫) ଧରି କଟକ ବଡ଼ ମେଡିକାଲକୁ ଯାଉଥିବା ସମୟରେ ୧୬ନମ୍ବର ଜାତୀୟ ରାଜପଥ ବନ୍ଦାଳ ଛକ ନିକଟ ଏସଆର ପେଟ୍ରୋଲ ପମ୍ପ ଆଗରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଆମ୍ବୁଲାନ୍ସର ହେଲ୍ପର ଧର୍ମଶାଳା ଥାନା ଅନ୍ତର୍ଗତ ପ୍ରୀତିପୁର ଗା୍ରମର ରଞ୍ଜିତ କୁମାର ମଲ୍ଲିକ (୨୫), ଶଶୀ ଜେନା (୬୫)ଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲେ । ବଡ଼ଚଣା ପୁଲିସ ଶବ ୨ଟିକୁ ଜବତ କରିବା ସହିତ ଆହତଙ୍କୁ କଟକ ପଠାଇଛନ୍ତି । ଓଡ଼ିଶା ସମାଚାର
Check Also
ଗୁଳିମାଡ କରି ଗୋରୁ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ, ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ
ମୟୂରଭଞ୍ଜ ୨୫/୦୫/୨୦୨୨( ଓଡ଼ିଶା ସମାଚାର )- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରାମାଞ୍ଚଳ ଥାନା ହାଟବାଦଡାରେ ସକାଳ ପ୍ରାୟ ୭ଟାରେ …