କଳାହାଣ୍ଡି, ୧୦/୦୯/୨୦୧୯(ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ ଗତକଲେି ଏକ ଅଭାବନୀୟ ଘଟଣା ଘଟି ଯାଇଥିଲା । ଦୁଇ ଶିଶୁ ପଚତ୍ର ରବିନ୍ଦ୍ରମାଝୀ (୪) ଓ ଦୁଷ୍ମନ୍ତ ମାଝୀ (୬) ଙ୍କ ମୃତ ଦେହ ଉଦ୍ଧାର କରାଯିବା ସହିତ ମା ବିମଳା ମାଝୀ ଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଥିବା ମୃତ ଦେହ ରେଳଧାରଣାରୁ ମିଳିଥିଲା । ମୃତ ବିମଳା ଙ୍କ ସ୍ୱାମୀ ଲିଙ୍ଗା ମାଝୀ କିଛି ଦିନ ତଲେ ଦ୍ୱିତୀୟ ବିବାହ କରିଥିଲେ । ଦୁହିଁଙ୍କ ମଧ୍ୟରେ ତିକ୍ତତା ଲାଗିରହିଥିଲା । ଏହାକୁନେଇ ମାନସିକ ଭାରସାମ୍ୟ ହରାଇ ବିମଳା ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଥିବାବେଳେ ପରିବାରବର୍ଗ ହତ୍ୟା ସଂଦେହ କରୁଥିବାବେଲେ ଭବାନୀପାଟଣା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଥିଲା । ତଦନ୍ତ ରେ ପରକୀୟା ପ୍ରୀତି ଯୋଗୁ ଏହି ଟ୍ରିପିଲ ମର୍ଡ଼ର ହୋଇଥିବା ତଦନ୍ତରୁ ଜଣାପଡ଼ିଛି । ଆତ୍ମହତ୍ୟା ନୁହେଁ ଟ୍ରିପିଲ ମର୍ଡ଼ର ସତ୍ୟ । ପୁଲିସ୍ ସ୍ୱାମୀ ଲିଙ୍ଗା ମାଝୀ, ୨ୟ ସ୍ତ୍ରୀ ରାଜଲକ୍ଷ୍ମୀ ଓ ସହଯୋଗୀ ଶିବ ବେମାଲ କୁ ଗିରଫ କରିଛି । ଓଡ଼ିଶା ସମାଚାର