Saturday , October 16 2021
Breaking News
Home / ତାଜା ଖବର / ସମ୍ବଲପୁର ରେ ଏନକାଉଂଟର

ସମ୍ବଲପୁର ରେ ଏନକାଉଂଟର

ସମ୍ବଲପୁର, ୧୦/୦୯/୨୦୧୯(ଓଡ଼ିଶା ସମାଚାର)- ସମ୍ବଲପୁର ରେ ଏନକାଉଂଟର । ଦୁର୍ଦ୍ଧାନ୍ତ ଅପରାଧୀ ତ୍ରିଦେବ ବାଗ୍ ଆହତ ।  ମିଳିଥିବା ତାଜା ସୂଚନା ଅନୁସାରେ କୁଲୁଥକାନି – ଧନକଉଡ଼ା ରାସ୍ତାରେ ଭୋର ସାଢ଼େ ୫ ଟା ବେଳେ ଏହି ଏନକାଉଂଟର ହୋଇଛି ।  ତ୍ରିଦେବ ଓ ତାର ସହଯୋଗୀମାନେ ଏକ ଡ଼କାୟତି ଯୋଜନା କରୁଥିବା ଖବର ପାଇ ଧନୁପାଲୀ ଥାନା ପୋଲିସ୍ ଓ ସ୍ପୋଷାଲ  ସ୍କ୍ୱାର୍ଡ଼ ମିଳିତ ଭାବେ ଚଢ଼ାଉ କରିଥିଲେ । ପୋଲିସ୍ ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ କରିବାରୁ ସେ ପ୍ରଥମେ ପୋଲିସ୍ ଉପରକୁ ଗୁଳି ଚଳାଇଥିଲା । ଏହାର ମୁକାବିଲା କରିବା ପାଇଁ ପୋଲିସ୍ ଗୁଳି ଚଳାଇବାରୁ ଗୋଟିଏ ଗୁଳି ତ୍ରିଦେବ ର ବାମ ଗୋଡ଼ରେ ବାଜିବାରୁ ସେ ଖସି ପାରିନଥିଲା । ତାର ଅନ୍ୟ ୨ ଜଣ ସହଯୋଗୀ ଖସିଯିବାକୁ ସକ୍ଷମ ହୋଇଥିଲେ ।  ଆହତ ତ୍ରିଦେବକୁ ସଦର ହସପିଟାଲ ରେ ଭର୍ତି କରାଯାଇଛି । ତା ନିକଟରୁ ଗୋଟିଏ ପିସ୍ତଲ , ୨ ରାଉଣ୍ଡ ଜୀବନ୍ତ ଗୁଳି , ୩ ଟି ମୋବାଇଲ ଫୋନ୍ ,୩ ଟି ସୁନା ଚେନ୍ ,ଗୋଟିଏ ଷଖଳନା ବନ୍ଧୁକ,ନଗଦ ୩୦ ହଜାର ଟଙ୍କା ଜବତ କରାଯାଇଛି । ଆହତ ତ୍ରିଦେବ ନାମରେ ଜିଲା ର ବିଭିନ୍ନ ଥାନାରେ ୮ ଟିରୁ ଅଧିକ ଅପରାଧିକ ମାମଲା ରହିଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି । ଏନକାଉଂଟର ବେଳେ ସେଠାରୁ ଖସିପଳାଇଥିବା ଦୁଇ ସହଯୋଗୀ ଦିପକ ମଣ୍ଡଳ ଓ ଜଣେ ନବାଳକକୁ ପୋଲିସ୍ ଧରି ଅଟକ ରଖି ପଚରା ଉଚୁରା କରୁଛି । ଓଡ଼ିଶା ସମାଚାର

About admin

Check Also

ଟାଟା ମ୍ୟାଜିକ କୁ ଧକ୍କାଦେଇ ବାଇକ ଆରୋହୀ ମୃତ

ବାଲିଗୁଡା,୧୫/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି …

Leave a Reply

Your email address will not be published. Required fields are marked *