Saturday , October 16 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ପତ୍ନୀ ଙ୍କୁ ପଥରରେ ଛେଚି ହତ୍ୟା କଲା ମଦ୍ୟପ ସ୍ୱାମୀ – ଅଭିଯୁକ୍ତ ସ୍ୱାମୀ ଗିରଫ

ସଂକ୍ଷେପରେ ତାଜା ଖବର : ପତ୍ନୀ ଙ୍କୁ ପଥରରେ ଛେଚି ହତ୍ୟା କଲା ମଦ୍ୟପ ସ୍ୱାମୀ – ଅଭିଯୁକ୍ତ ସ୍ୱାମୀ ଗିରଫ

ତାଳଚେର,୧୦/୦୯/୨୦୧୯(ଓଡ଼ିଶା ସମାଚାର)- ପତ୍ନୀ ଙ୍କୁ ପଥରରେ ଛେଚି ହତ୍ୟା କଲା ମଦ୍ୟପ ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି । ବଲଣ୍ଡା ଗୁରୁଦ୍ୱାର ଅଂଚଳରେ ଏହିଭଳି ଘଟଣା ଘଟିଛି । ବିକ୍ରମପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଂଚି ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ବ୍ୟବସ୍ଥା କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖାଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଗତକାଲି ରାତିରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ଲାଗିଥିଲା । ସ୍ୱାମୀ ମୁନା ବେହେରା ଉତ୍ୟକ୍ତ ହୋଇ ସ୍ତ୍ରୀ ଗୀତା ଦେହୁରୀଙ୍କୁ ପଥରରେ ଛେଚି ଅତ୍ୟା କରିବା ପରେ ଏକ ସିମେଂଟ ଦୋକାନ ଆଗରେ ପକାଇ ଦେଇ ଫେରାର ହୋଇଥିଲା । ପୋଲିସ୍ ଅଭିଯୁକ୍ତ ସ୍ୱାମୀ ମୁନା ବେହେରାକୁ ଗିରଫ କରି ତଦନ୍ତ କରୁଛି । ଓଡ଼ିଶା ସମାଚାର

About admin

Check Also

ଅଜଣା ଯୁବକଙ୍କ ଗଳା କାଟି ହତ୍ୟା

ରାଉରକେଲା, ୧୫/୧୦/୨୦୨୧(ଓଡ଼ିଶା ସମାଚାର): ରାଉରକେଲା ସେକ୍ଟର-୫ରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଅଜଣା ଯୁବକଙ୍କ ଗଳା କାଟି …

Leave a Reply

Your email address will not be published. Required fields are marked *