ମାର୍ଶାଘାଇ,୧୦/୦୯/୨୦୧୯(ଓଡ଼ିଶା ସମାଚାର)- ଭତ ରବିବାର ଠାରୁ ନିଖୋଜ ଥିବା ଜଣେ ମହିଳା ଙ୍କ ମୃତ ଦେହ ନଦୀରୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ରଜନୀଗନ୍ଧା ରାଉତ(୫୫) ସ୍ୱାମୀ ବୀରକିଶୋର ରାଉତ, ଗ୍ରାମ ନଉରୀ, ପୋଷ୍ଟ ଅଫିସ ହିନ୍ଦୁଳି, ଥାନା ମାର୍ଶାଘାଇ, ଜିଲା କେନ୍ଦ୍ରାପଡ଼ା ଗତ ରବିବାର ଠାରୁ ନିଖୋଜ ଥିଲେ । ବହୁ ଖୋଜା ଖୋଜି ପରେ ତାଙ୍କର କୌଣସି ସନ୍ଧାନ ମିଳିପାରିନଥିଲା । ତେବେ ଆଜି ତାଙ୍କ ମୃତ ଦେହ ପାଖ ନଦୀରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର
Check Also
ପୁରୀ ସହର ଅଶାନ୍ତ : ଗୁଳିମାଡ଼ରେ ଜଣେ ମୃତ, ଛୁରା ମାଡ଼ରେ ଜଣେ ଗୁରୁତର ଆହତ
ପୁରୀ, ୨୪/୦୫/୨୦୨୨( ଓଡ଼ିଶା ସମାଚାର )- ପୋଲିସ କୁ ଖୋଲା ଚାଲେଂଜ କରି ଜନଗହଳିପୂର୍ଣ୍ଣ ଏମାର ମଠ ନିକଟରେ ଜଣେ …