Monday , December 6 2021
Breaking News
Home / ବିଶେଷ / ରାସ୍ତାକଡ଼ରେ ଖସିପଡିଥିବା ଟ୍ରକ୍ ଉଠାଇବାପାଇଁ କଟକ-ସାଲେପୁର ମୁଖ୍ୟରାସ୍ତା ୨ଘଂଟା ଅବରୋଧ

ରାସ୍ତାକଡ଼ରେ ଖସିପଡିଥିବା ଟ୍ରକ୍ ଉଠାଇବାପାଇଁ କଟକ-ସାଲେପୁର ମୁଖ୍ୟରାସ୍ତା ୨ଘଂଟା ଅବରୋଧ

ସାଲେପୁର, ୧୦/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ରାସ୍ତାକଡ଼ରେ ଦବିଯାଇଥିବା ଏକ ଟ୍ରକ୍ ଉଠାଇବାପାଇଁ ଦୀର୍ଘ ୨ଘଂଟାରୁ ଉଦ୍ଧ୍ୱର୍ ସମୟ ଧରି କଟକ-ସାଲେପୁର ରାସ୍ତା ଜାମ୍ ହୋଇଯିବାରୁ ଅତି ଆବଶ୍ୟକୀୟ ଯାନବାହନ ସହ ଶହ ଶହ ଯାନବାହନ ରାସ୍ତାର ଉଭୟ ପାଶ୍ୱର୍ରେ ଛିଡା ହେବାନେଇ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । କଟକ-ସାଲେପୁର ରାସ୍ତା ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ବାଲିଚନ୍ଦ୍ରପୁର, କୁଆଁପାଳ ଆଦି ଅଂଚଳର ଜନସାଧାରଣଙ୍କ ଗମନାଗମନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଅଟେ । କିନ୍ତୁ ଆଜି ସକାଳୁ ଏକ ମାଲବାହୀ ଟ୍ରକ୍ ନାଳିଆମୁହଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିପଡିଥିଲା  । ଏହି ଟ୍ରକ୍ କୁ ଉଠାଇବାପାଇଁ ଏକ କ୍ରେନ୍ ରାସ୍ତା ଉପରେ ଛିଡ଼ା ହେବାରୁ ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟକ ଯାତ୍ରୀବାହୀ ଯାନବାହନ ପ୍ରାୟ ୨ଘଂଟାରୁ ଉଦ୍ଧ୍ୱର୍ ସମୟ ଧରି ଅଟକି ରହିଥିଲା । ଏପରିକି ଅତି ଜରୁରୀକାଳୀନ ଯାନବାହନ ମଧ୍ୟ ଏଥିରୁ ବାଦ୍ ପଡିନଥିଲେ । ଏହାନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *