Thursday , October 21 2021
Breaking News
Home / ତାଜା ଖବର / ରାକ୍ଷସ ବାପା, ଦେଢ଼ ମାସର ପୁଅକୁ ମାରି ପୋତି ଦେଲା

ରାକ୍ଷସ ବାପା, ଦେଢ଼ ମାସର ପୁଅକୁ ମାରି ପୋତି ଦେଲା

ଭଦ୍ରକ, ୧୦/୦୯/୨୦୧୯(ଓଡ଼ିଶା ସମାଚାର)- ଜନ୍ମଦାତା ରାକ୍ଷାସ ସାଜିଛି । ସାମନ୍ୟ କଳହପାଇଁ ଦେଢ ମାସ ଶିଶୁ ପୁତ୍ରର ତଂଟି ଚିପି ହତ୍ୟା କରିଛି ।ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଗେଲଟୁଆର ନିଉ କଲୋନୀ ଆଦିବାସୀ ସାହିରେ । ଏନେଇ ଅଭିଯୁକ୍ତ ଟିକୁ ମୁଣ୍ଡାଙ୍କ ପତ୍ନୀ ନନ୍ଦିନୀ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଶିଶୁର ମୃତ ଦେହକୁ ଖୋଳି ବାହାର କରିଛି । ଗତ ୩୦ ତାରିଖ ରାତିରେ ଟିକୁ ଓ ତାଙ୍କ ପତ୍ନୀ ନନ୍ଦିନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ନନ୍ଦିନୀ ଛୋଟ ଝିଅକୁ ପାଖକୁ ନେଇ ଶୋଇଥିଲେ ଓ ଟିକୁ ପାଖରେ ଦେଢ଼ ମାସର ପୁଅ ଶୋଇଥିଲା । ନିଶାସକ୍ତ ଟିକୁ ଶିଶୁକୁ ରାଗରେ ତଂଟିଚିପି ହତ୍ୟା କରିଥିଲା । ଏହା ପରେ ନନ୍ଦିନୀ ଜାଣିବାକୁ ଉଭୟ ମା’ ଓ ବାପା ଶିଶୁ ପରେ ମାଟି ଖୋଳି ପୋତି ଦେଇଥିଲେ । ତେବେ ଗତ୭ ତାରିଖରେ ପୁଣି ଥରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ନନ୍ଦିନୀ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଅଭିଯୁକ୍ତ ଟିକୁକୁ ଗିରଫ କରିଛି । ଏହା ସହିତ ମୃତ ଦେହ ପୋତାଯାଇଥିବା ସ୍ଥାନକୁ ଖୋଳା ଯାଇଛି । ପୋଲିସ ତଦନ୍ତ ଜାରି ରଖିଛି । ଓଡ଼ିଶା ସମାଚାର

About admin

Check Also

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ – ଜଣେ ମହିଳା ପର୍ଯ୍ୟଟକ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ । ଚକ୍ରତୀର୍ଥ …

Leave a Reply

Your email address will not be published. Required fields are marked *