ତୃଣମୂଳ ସ୍ତରରେ ଦଳକୁ ମଜଭୁତ ପାଇଁ ଆହ୍ୱାନ – ୫-ଟି, ସଭ୍ୟ ସଂଗ୍ରହ ଅଭିଯାନ ଉପରେ ଗୁରୁତ୍ୱ
କେନ୍ଦ୍ରାପଡା ୧୦/୦୯/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ବିଜୁ ଜନତାଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଇଛାପୁରସ୍ଥିତ ଶ୍ୟାମକାଳୀ ମଣ୍ଡପରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ସଭାପତିତ୍ୱରେ ଓ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ସାଂସଦ ଅନୁଭବ ମହାନ୍ତି ଯୋଗଦେଇ ଉପସ୍ଥିତ ଦଳୀୟ କର୍ମମାନଙ୍କୁ ଦଳର ସଦସ୍ୟତା ଅଭିଯାନକୁ ଆଗେଇନେବାକୁ ଆହ୍ୱାନ ଦେଇଥିଲେ । ଆଳି ବିଧାୟକ ପ୍ରତାପ କେଶରୀ ଦେବ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଏହି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଉଛି ଓ ସଦସ୍ୟତା ଅଭିଯାନରେ ଲୋକମାନଙ୍କ ଆଧାରକାର୍ଡ ଓ ଭୋଟର କାର୍ଡର ସଂଯୋଗୀକରଣ ମାଧ୍ୟମରେ ଦଳୀୟ ସ୍ୱଛତା ବାବଦରେ ପୁଙ୍କାନୁପୁଙ୍ଖ ବକ୍ତବ୍ୟ ରଖିଥିଲେ । ମହାକାଳପଡା ବିଧାୟକ ଅତନୁ ସାବ୍ୟସଚି ନାୟକ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେବା ସହିତ ଜିଲ୍ଲାର ସମସ୍ତ ବିଧାନସଭା ଓ ଲୋକସଭା ନିର୍ବାଚନ ମଣ୍ଡଳିରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟଲାଭ କରିଥିବାରୁ ଉପସ୍ଥିତ ସମସ୍ତ ଛାମୁଆ କର୍ମକର୍ତାଙ୍କୁ କୃତଜ୍ଞତା ଜଣାଇଥିଲେ । କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା ଗ୍ରାମାଂଚଳରେ ଯୁବକମାନଙ୍କ ଦ୍ୱାରା ଦଳର ସଦସ୍ୟତା କାର୍ଯ୍ୟକ୍ରମକୁ ଆଗେଇନେବାକୁ ଆହ୍ୱାନଦେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଏହି କାର୍ଯ୍ୟକ୍ରମକୁ ନିଷ୍ଠାର ସହିତ ସମ୍ପାଦନ କରିବାକୁ ଦଳର କର୍ମକର୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ତତସହିତ ୫-ଟି ନିମନ୍ତେ ଯେଉଁ କାର୍ଯ୍ୟପନ୍ଥା ରହିଛି ସ୍ୱଛତାର ସହିତ ବୈଷୟିକ ନୂତନ ଜ୍ଞାନକୈାଶଳର ବ୍ୟବହାର କରି ସାଧାରଣଜନତାଙ୍କ ସମସ୍ୟା ଗୁଡିକର ସମାଧାନ ପାଇଁ ଦଳିୟକର୍ମୀମାନେ ଆଗେଇ ଆସିବା ଉଚିତ ବୋଲି କହିଥିଲେ । ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଯୋଗଦେଇ ଦଳୀୟ ସଂଗଠନକୁ ମଜଭୁତ କରିବା ସହ ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ କରିବାକୁ ହେଲେ ତୃଣମୁଳସ୍ତରରେ କର୍ମୀମାନେ ଏକାଠି ହୋଇ କାମକରିବାକୁ ପଡିବ ବୋଲି କହିଥିଲେ । ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଯୋଗଦେଇ ଦଳର କର୍ମୀମାନଙ୍କୁ ସଂଗଠିତ ହୋଇ କାମକରିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ଯୋଗଦେଇ ସମସ୍ତ ନେତୃବୃନ୍ଦ ଏବଂ ଛାମୁଆ କର୍ମୀମାନେ ଏକତ୍ରିତ ହୋଇ ଦଳ ପାଇଁ କାମକରିବା ସହିତ ସଭ୍ୟସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରି ସଭାପତି ଦୁର୍ଗାଶିଷ ମହାନ୍ତି, କୃତିବାସ ପାତ୍ର, ଉକôଳକେଶରୀ ପରିଡା, ଜିଲ୍ଲା ପରିଷଦ ସଭାପତି ମାନସ ପରିଡା, ମହିଳା ସଭାମେତ୍ରୀ ସ୍ନେହପ୍ରଭା ତ୍ରୀପାଠୀ, ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖି ସଭ୍ୟସଂଗ୍ରହ ଅଭିଯାନରେ ଯୁବ ଭୋଟରମାନଙ୍କୁ ଅଧିକରୁ ଅଧିକ ସାମିଲକରିବା ପାଇଁ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ଜିଲ୍ଲାର ସମସ୍ତ ୯ଟି ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା,ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ସମସ୍ତ ଛାମୁଆ ସଂଗଠନର କର୍ମକର୍ତା, କାର୍ଯ୍ୟକାରି କମିଟି ସଦସ୍ୟ /ସଦସ୍ୟା ଓ ବହୁ ଆଗଧାଡିର କର୍ମୀ ଯୋଗଦେଇଥିଲେ । ସଭା ଶେଷରେ ନଗର ବିଜେଡି ସଭାପତି ଶ୍ରୀକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର