Sunday , October 1 2023
Home / ତାଜା ଖବର / ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବେଦନପତ୍ର ଗ୍ରହଣ କରାନଯିବାରୁ ବ୍ଲକ୍ ସମ୍ମୁଖରେ ଧାରଣା

ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବେଦନପତ୍ର ଗ୍ରହଣ କରାନଯିବାରୁ ବ୍ଲକ୍ ସମ୍ମୁଖରେ ଧାରଣା

ସାଲେପୁର, ୧୦/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ଗତ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଓ ସଂପୂର୍ଣ୍ଣ ଘର ଭାଙ୍ଗି ନଷ୍ଟ ହୋଇଯାଇଥିବା ବ୍ୟକ୍ତିମାନଙ୍କୁ ପକାଘର ପ୍ରଦାନ କରାଯିବ ଓ କୌଣସି କାରଣ ବଶତଃ ଯେଉଁମାନଙ୍କର ନାମ ଯୋଗ୍ୟ ତାଲିକାରେ ନାହିଁ ସଂପୃକ୍ତ ହିତାଧିକାରୀମାନେ ବିଡ଼ିଓଙ୍କୁ ସାକ୍ଷାତ କରି ନୂତନ ଭାବେ ଆବେଦନ କରିପାରିବେ ବୋଲି ବିଡ଼ିଓ ଗତ ପଂଚାୟତ ସମିତି ବୈଠକରେ ଘୋଷଣା କରିଥିଲେ । ଆବେଦନ ପାଇଁ ଯୋଗ୍ୟ ବ୍ୟକ୍ତିମାନେ ଏକାଧିକବାର ବିଡ଼ିଓଙ୍କ କାର୍ଯ୍ୟାଳୟକୁ ଆସି ବିଡ଼ିଓଙ୍କୁ ନପାଇ ଶେଷରେ ବାଧ୍ୟ ହୋଇ ଆଜି ସାଲେପୁର ବ୍ଲକ୍ର ଶତାଧିକ ମହିଳା ଓ ପୁରୁଷ ବ୍ୟକ୍ତିମାନେ ନିଜର ଆବେଦନ ପତ୍ର ନେଇ ବ୍ଲକ୍ରେ ପହଂଚି ବିଡ଼ିଓଙ୍କୁ ସାକ୍ଷାତ କଲାପରେ ବିଡ଼ିଓ କହିଥିଲେ ଯେ ଆବେଦନ କରାଯାଉଥିବା ଇଂଟରନେଟ୍ ସାଇଡ୍ ବନ୍ଦ ହୋଇଯାଇଥିôବାରୁ ଆମ୍ଭେ ଆଉ ନୂତନ ଦରଖାସ୍ତ ଗ୍ରହଣ କରିବୁ ନାହିଁ ବୋଲି ରୋକ୍ ଠୋକ୍ ମନା କରିବାପରେ ଏହାର ପ୍ରତିବାଦରେ ଆବେଦନକାରୀମାନେ ଦୀର୍ଘସମୟ ଧରି ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ସାଲେପୁର ପଂଚାୟତ ସମିତି ଅଧ୍ୟକ୍ଷା ମମତା ରାଉତ ଓ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଜେନା ଧାରଣାକାରୀଙ୍କ ନିକଟରେ ପହଂଚି ସେମାନଙ୍କୁ ବୁଝାସୁଝା କରିବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ତ୍ରିଲୋଚନପୁର ପଂଚାୟତର ଜାନକୀ ଘଡେଇ, ତିଳୋତମା ବାରିକ, ଅଂଜନ ସ୍ୱାଇଁ, ପୂର୍ଣ୍ଣିମା ଦାସ, ଚନ୍ଦ୍ରାଦେଇପୁର ପଂଚାୟତର ରେବତୀ ମଲ୍ଲିକ, ଗୋପିନାଥପୁର ପଂଚାୟତର ବବିତା ସାହୁ, ପୁନାନନ୍ଦ ଭୋଇଙ୍କ ସମେତ, କୁନ୍ତଳା ବେହେରା, ପୁଷ୍ପା ବରାଳ, ନାସିର ଖାଁ, କଳ୍ପତରୁ ଦାସ, ସିରାଜଉଦ୍ଧିନ, ଶକୁନ୍ତଳା  ସ୍ୱାଇଁ, ଅଶୋକ କୁମାର ମାହାଳୀ, ଦୁଃଖି ଦେଈଙ୍କ ସମେତ ୫୦ରୁ ଉଦ୍ଧ୍ୱର୍ ଆବେଦନକାରୀମାନେ ଏହି ଧାରଣାରେ ବସିଥିଲେ । ଏ ସଂପର୍କରେ ଆମ ପ୍ରତିନିଧି ସାଲେପୁର ମଣ୍ଡଳ ଉନ୍ନୟନ ଅଧିକାରୀ କିଶୋର ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ସେ ଘଟଣା ବିଷୟରେ ସନ୍ତୋଷ  ଜନକ ଉତର ଦେଇ ନଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *