Thursday , December 8 2022
Breaking News
Home / ତାଜା ଖବର / ପୁରୀ ରେ ଡ଼ବଲ ଏନକାଉଂଟର – ଦୁଇ ଦୁର୍ଦ୍ଧାନ୍ତ ଅପରାଧୀ ଆହତ

ପୁରୀ ରେ ଡ଼ବଲ ଏନକାଉଂଟର – ଦୁଇ ଦୁର୍ଦ୍ଧାନ୍ତ ଅପରାଧୀ ଆହତ

ପୁରୀ, ୧୦/୦୯/୨୦୧୯(ଓଡ଼ିଶା ସମାଚାର)- ପୁରୀ ରେ ଡ଼ବଲ ଏନକାଉଂଟର । ବାସେଳିସାହି ଥାନା ଅଂଚଳରେ ହୋଇଥିବା ଏହି ଏନକାଉଂଟରରେ ଦୁଇ ଦୁର୍ଦ୍ଧାନ୍ତ ଅପରାଧୀ ଆହତ ହୋଇଛନ୍ତି । ଏହି ଦୁଇ ଦୁର୍ଦ୍ଧାନ୍ତ ଅପରାଧୀ ହେଉଛନ୍ତି ବାସେଳିସାହିର ଟିକି ଖାଁ ଓ ତାଳବଣିଆ ର ବିଶ୍ୱରଂଜନ ସାହୁ (ବିଷୁ) । ଗତକାଲି ବିଳମ୍ବିତ ରାତିରେ ଏହି ଏନକାଉଂଟର ହୋଇଛି । ଆହତ ଦୁଇ ଅପରାଧୀଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କ ନିକଟରୁ ରିଭଲଭର, ପଲସର ଗାଡ଼ି , ମାରଣାସ୍ତ୍ର ଆଦି ଜବତ କରାଯାଇଛି । ଦୁଇ ଅପରାଧୀଙ୍କ ନାମରେ ୧୦ ରୁ ଅଧିକ ଅପରାଧୀକ ମାମଲା ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ବିଷୁ ବ୍ରାଉନସୁଗାର , କୋରେକ୍ସ ଆଦି କଳାବଜାର କରୁଥିଲା ଓ ସେ ଜଣେ ବାଲିମାଫିଆ ଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.