ନିଶ୍ଚିନ୍ତକୋଇଲି ୧୦/୦୯/୨୦୧୯ (ଓଡ଼ିଶା ସମାଚାର/ଅଭୟ ଜେନା): ନେମାଳ ପଂଚାୟତର ମାଳିଗାଁ ସ୍ଥିତ ଶ୍ରୀ ଶ୍ରୀ ପତିତପାବନଦେବଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉସôବ ପାଳିତ ହୋଇଯାଇଛି । ପ୍ରାତଃ ରୁ ପୂଜା ପାଠ ବିଧିବିଧାନ ଅନୁଯାୟୀ ଅନୁଷ୍ଠିତ ହେବା ସହ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ପୂଜାଆରାଧନା ହେମାଦି କର୍ମ ସମାପନ ପରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା । ଶ୍ରୀ ରତ୍ନାକର ବାରିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉସôବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ । ଶେଷରେ ଆନନ୍ଦ ବଜାରରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର
