Sunday , October 2 2022
Breaking News
Home / ବିଶେଷ / ଟ୍ରାଫିକ ନିୟମ ୩ମାସ କୋହଳ କଲେ ମୁଖ୍ୟମନ୍ତ୍ରୀ

ଟ୍ରାଫିକ ନିୟମ ୩ମାସ କୋହଳ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ,୧୦/୦୯/୨୦୧୯(ଓଡ଼ିଶା ସମାଚାର)- ସଂଶୋଧିତ ମୋଟର ଭେଇକିଲ ଆକ୍ଟ ଓ ଜୋରିମାନା ପ୍ରସଙ୍ଗରେ ଗାଡ଼ି ଚାଳକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଓଡ଼ିଶାରେ ନୂଆ ଟ୍ରାଫିକ ନିୟମଲାଗୁ ହେବା ସହ ଅତ୍ୟଧିକ ଜୋରିମାନା ଚିନ୍ତା ବଢାଇଥିବା ଲୋକଙ୍କ ରୋଷକୁ ଦେଖି ୩ମାସ ଏହି ନୂଆ ଟ୍ରାଫିକ ନିୟମ କୋହଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ନିର୍ଦ୍ଧେଶ ଦେଇଛନ୍ତି ।ଦେଶରେ ସଂଶୋଧିତ ନୂଆ ମୋଟର ଯାନ ଆକ୍ଟ ଲାଗୁ ହେବା ପରେ ଓଡ଼ିଶାରେ ମଧ୍ୟ ଏହା କଡ଼ାକଡ଼ି ଭାବେ ଲାଗୁ କରାଯାଇଥିଲା । ଏଥିରେ ଗାଡ଼ିର କୈାଣସି ଜରୁରୀ କାଗଜପତ୍ର ସାଙ୍ଗକୁ ଡ୍ରାଇଭିଂ ଲାଇସେନ୍ସ ଓ ନୋ ପଲ୍ୟୁସନ, ହେଲମେଟ ଆଦି ବାଧ୍ୟତାମୂଲକ ଥିଲା । ଏହା ସହ ଏହି ସବୁ କାଗଜପତ୍ର କିମ୍ବା ଟ୍ରାଫିକ ନିୟମ ଉଲଂଘନ ଉପରେ ଅତ୍ୟଧିକ ଜୋରିମାନାକୁ ନେଇ ଲୋକଙ୍କ ମନରେ ଅସେନ୍ତାଷ ମଧ୍ୟ ପ୍ରକାଶ ପାଇଥିଲା । ସାମାନ୍ୟ ଟ୍ରାଫିକ ନିୟମ ଉଲଂଘନ କଲେ ଅତ୍ୟଧିକ ଜୋରିମାନା ପଡ଼ୁଥିବାରୁ ଲୋକଙ୍କ କଥା ଚିନ୍ତା କରି ୩ମାସଯାଏଁ ଏହାକୁ କୋହଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୩ମାସ ଯାଏଁ ଏହି ନୂଆ ମୋଟରଯାନ ଆଇନ କଡ଼ାକଡ଼ି ପାଳନ ନକରିବାକୁ ନିର୍ଦ୍ଧେଶ ଦିଆଯାଇଛି । ଏହା ସହ ଲୋକଙ୍କ ପ୍ରତି କଠୋର ମନଭାବ ପୋଷଣ ନକରିବାକୁ ପୋଲିସ ଓ ଟ୍ରାଫିକ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି ।ଲୋକଙ୍କ ପ୍ରତି କଠୋର ମନଭାବ ପୋଷଣ ନକରିବାକୁ ପୋଲିସ ଓ ଟ୍ରାଫିକଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି । ଏହା ସହ କଠୋର ନ ହୋଇ ଲୋକଙ୍କୁ ଟ୍ରାଫିକ ନିୟମ ସର୍ମ୍ପକରେ ବୁଝାଇବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୋକଙ୍କ ସୁବିଧା ପାଇଁ ଅଧିକ କାଉଂଟର ଖୋଲିବାକୁ ପରିବହନ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି ।ଏହା ସହ ଟ୍ରାଫିକ ନିୟମ ମାନିବାକୁ ମଧ୍ୟ ଲୋକଙ୍କୁ ସେ ନିବେଦନ କରିଛନ୍ତି ।ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ଓଡ଼ିଶାରେ ଅଧିକ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା । ଏମିତିକି ରାଜଧାନୀରେ ଅଟୋ ଚାଳକଙ୍କୁ ଲାଗିଥିଲା ୪୭,୫୦୦ ଟଙ୍କା ଫାଇନ,ଭଦ୍ରକରେ ୨୭,୫୦୦ଫାଇନ ଓ ସମ୍ବଲପୁରରେ ଟ୍ରକକୁ ୮୫ହଜାର ଟଙ୍କା ଜୋରିମାନା । ଟ୍ରାଫିକ ନିୟମ ଉଲଘଂନ ଉପରେ ପୂର୍ବ ଅପେକ୍ଷା ୧୦ଗୁଣା ଅଧିକ ଜୋରିମାନା ଲାଗୁଥିଲା ।ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହା ସହ ଟ୍ରାଫିକ ନିୟମକୁ କେନ୍ଦ୍ର କରି ରାଜଧାନୀ ଭୁବନେଶ୍ୱର ରାଜମହଲ ଛକରେ ପୋଲିସ ଓ ଜନତା ମୁହାଁମୁହିଁ ସ୍ଥିତି ମଧ୍ୟ ଦେଖାଦେଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.