ଜଗତସିଂହପୁର ,୧୦/୦୯/୨୦୧୯(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଗତ ରବିବାର ପୂର୍ବାହ୍ନରେ ଚର୍ଚ୍ଚିକା ବଜାରସ୍ଥିତ ଅନୁଷ୍କା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବାଲିକୁଦା ଏରସମା ବିଧାୟକ ତଥା ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ପୂର୍ବତନ ସାଂସଦ କୁଳମଣି ସାମଲ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ଜଗତସିଂହପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କ ଗୁଣଗାନ କରିବା ସହ ନବୀନ ପଟ୍ଟନଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ରାଜ୍ୟ ସମ୍ପାଦକ ତଥାବ ବିଶିଷ୍ଟ ଶ୍ରମିକନେତା ସନ୍ତୋଷ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଉକ୍ତ ବୈଠକରେ ଯୋଗଦେଇ କହିଲେ ଯେ ବିଜେଡି ନେତୃମଣ୍ଡଳୀ ବ୍ୟକ୍ତିଗତ ମତାନ୍ତର ଓ ମନାନ୍ତର ଭୁଲି ଦଳିୟ ସଙ୍ଗଠନ କୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦେଇଥିଲେ । ଗ୍ରାମ ପଂଚାୟତ , ପୌରପାଳିକା ଅଂଚଳରେ ମୁଖ୍ୟମନ୍ତ୍ରୀଙ୍କର ଜଳ କଲ୍ୟାଣ ଯୋଜନାର ସୁଫଳ ପହଂଚାଇବା ପାଇଁ କାର୍ଯ୍ୟ କରିବାକୁ କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି ମନ୍ତ୍ରରେ ପରିଚାଳିତ ହୋଇ ବିକାଶ ପାଇଁ କାର୍ଯ୍ୟ କରିବାକୁ ଉପସ୍ଥିତ କର୍ମୀ ଓ କର୍ମକର୍ତା ମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ସମସ୍ତ ଛାମୁଆ ନେତା, କର୍ମୀ ଓ ସମ୍ପାଦକ, ନାଉଗାଁ ଏରସମା, ବାଲିକୁଦା,ବିରିଡି ଓ ଜଗତସିଂହପୁର ରଘୁନାଥପୁର ବ୍ଳକ ବିଜେଡି ସଭାପତି, ପଂଚାୟତ ସମିତି ଅଧ୍ୟକ୍ଷଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ପାରାଦ୍ୱୀପ ନରଗପାଳ ବସନ୍ତ କୁମାର ବିଶ୍ୱାଳ ଓ ଜଗତସିଂହପୁର ପୌରପାଳିକାର ପ୍ରତିନିଧି ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର