ଭୁବନେଶ୍ୱର,୧୦/୦୯/୨୦୧୯(ଓଡ଼ିଶା ସମାଚାର)-ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ, ସାଂସ୍କୃତିକ ଓ ଶିକ୍ଷାଭିତିିକ ଅନୁଷ୍ଠାନ ‘କସ୍ତୁରୀ’ର ୨୧ତମ ସ୍ମରଣୀକା‘କସ୍ତୁରୀ’ ଉନ୍ମୋଚିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଂପାଦକ ଭାସ୍କର ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସମାଜସେବୀ ବୁଦ୍ଧଦେବ ସ୍ୱାଇଁ, ଅଙ୍କିତା ଦେବୀ ଏହାକୁ ଉନ୍ମୋଚନ କରିଥିଲେ । ଆସନ୍ତା ଡିସେମ୍ବର ୮ ତାରିଖରେ କସ୍ତୁରୀର ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ବିଭିନ୍ନକ୍ଷେତ୍ରରେ ୭୦୦ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସେଙ୍ଗ ସେଙ୍ଗ ଭିନ୍ନକ୍ଷମ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ଏବଂ ଗରିବ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟଉପକରଣ ପ୍ରଦାନ କରାଯିବ ବୋଲି ସଂପାଦକ ଶ୍ରୀଯୁକ୍ତ ନାୟକ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଅର୍ପିତା ନାୟକ ପରିଚାଳନା କରିଥିବା ବେଳେ ମମତାମୟୀ ଜେନା ଓ ଫକୀର ମୋହନ ନାୟକ ସହଯୋଗ କରିଥିଲେ । ଶେଷରେ ରୋଜାଲିନ୍ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର