ଭୁବନେଶ୍ୱର,୧୦/୦୯/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ ସରକାର ପୁରୀକୁ ବିଶ୍ୱଐତିହ୍ୟରେ ପରିଣତ କରିବାକୁ ଯୋଜନା ରଖିଛନ୍ତି । ସେଥିପାଇଁ ପୁରୀ ପାଇଁ ଏବେ ବିପୁଳ ପରିମାଣରେ ବଜେଟ୍ ଘୋଷଣା କରାଯାଉଛି । ପୁଣିଥରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୦୦ କୋଟି ଟଙ୍କା ଘୋଷଣା କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଅବଢା ଯୋଜନା ପାଇଁ ଏହି ଅର୍ଥି ରାଶି ପ୍ରଦାନ କରାଯିବ । ପୁରୀ ଜିଲ୍ଲା ପ୍ରଶାସନ ଏହି ପାଣ୍ଠିର ପରିଚାଳନା କରିବେବୋଲି ନିର୍ଦ୍ଧେଶ ଦିଆଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ମାସରେ ରାଜ୍ୟ ସରକାର ପୁରୀ ପାଇଁ ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ପୁରୀରେ ଭିତିଭୂମିର ବିକାଶ, ନୂଆ ବହୁ ଥାକିଆ ରାସ୍ତା, ସେତୁ , ପାର୍କିଂ ସୁବିଧା , ମୂଷା ନଦୀର ପୁନରୁଦ୍ଧାର , ସୁରକ୍ଷା ଜୋନରେ ଥିବା କ୍ଷତିଗ୍ରସ୍ତଙ୍କୁ ଥଇଥାନ, ମଠ ଓ ତୀର୍ଥ ପୁଷ୍କରିଣୀ ଗୁଡିକର ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦିଆଯାଇଛି । ଅବଢା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ଘୋଷଣା କରିଥିଲେ । ଓଡ଼ିଶା ସମାଚାର