Friday , September 30 2022
Breaking News
Home / ବିଶେଷ / ହୁ୍ୟମାନ ସର୍ଭିସ ଆସୋସିଏସନ ପକ୍ଷରୁ  ବୈଠକ

ହୁ୍ୟମାନ ସର୍ଭିସ ଆସୋସିଏସନ ପକ୍ଷରୁ  ବୈଠକ

ସାଲେପୁର, ୦୯/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା )- ସାଲେପୁର ବ୍ଲକ୍ ସଉରୀ ପଂଚାୟତର ସଉରୀ ଗ୍ରାମରେ ଅବସ୍ଥିତ ମା’ ଦକ୍ଷିଣେଶ୍ୱରୀ ଚଣ୍ଡୀଙ୍କ ପୀଠରେ ହୁ୍ୟମାନ ସର୍ଭିସ ଆସୋସିଏସନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ଆତୁତୋଶ ଷଢ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସମାଜସେବୀ ଅମରେଶ ମହାନ୍ତି ଯୋଗଦେଇ ବିଭିନ୍ନ ଲୋକହିତକର କାମରେ ଆସୋସିଏସନ କାର୍ଯ୍ୟକରିବା ପାଇଁ ମତ ରଖି୍ଥିଲେ । ଆସୋସିଏସନ ପକ୍ଷରୁ ଏକ ଓଲଡ଼୍ ଏଜ୍ ହୋମ ପ୍ରତିଷ୍ଠା କରାଯିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ଆଗାମୀ ଦିନରେ ଏହି ଓଲଡ଼୍ ଏଜ୍ ହୋମ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସର୍ବସମତ ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ଶିକ୍ଷାବିତ୍ ତୁଷାରକାନ୍ତ ମହାନ୍ତି, ପ୍ରକାଶକ ଚନ୍ଦ୍ରମଣି ଭୂୟାଁ, ହରେକୃଷ୍ଣ ଷଢ଼ଙ୍ଗୀ, ସୁଧିର ପ୍ରଧାନ ବକ୍ତବ୍ୟ ରଖିଥିଲେ । ଅଜୟ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅଶୋକ ଜେନା, ଗୋବିନ୍ଦ ବିଶ୍ୱାଳ, ଧିରେନ୍ଦ୍ର ଜେନାଙ୍କ ସହ ବହୁ ବିଶିଷ୍ଟ ଲୋକ ଯୋଗଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.