ଖୋର୍ଦ୍ଧା, ୦୯/୦୯/୨୦୧୯(ଓଡ଼ିଶା ସମାଚାର)- ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ କେରଙ୍ଗ ଅହମଦୀୟା ମୁସଲିମ ଫୁଟବଲ ଆସୋସିଏସନ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ସେକ ନଜିର ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଂଟ ଫାଇନାଲ ଶରଧାପୁର ସ୍ପୋଟସ୍ କ୍ଲବ ଏବଂ କେରଙ୍ଗ ଅହମଦୀୟା ମୁସଲିମ ଏ କ୍ଲବ ମଧ୍ୟରେ ଖେଳା ଯାଇଛି । ଏହି ଫୁଟବଲ ଟୁର୍ଣ୍ଣାମେଂଟରେ ଆଠଗୋଟି ଦଳ ରାଇଜିଙ୍ଗଷ୍ଟାର ତରତୁଆ, ଜାଗରଣ କ୍ଲବ ପାଇତିଗିରିଆ, କେରଙ୍ଗ ଅହମଦୀୟା ମୁସଲିମ ଏ, ଆରିୟନ୍ସ କ୍ଲବ ଖୋର୍ଦ୍ଧା, ଜଗାକାଳିଆ କ୍ଲବ ବରସାହି, ସୁଭାଷ ସ୍ପୋଟିଙ୍ଗ ଏବଂ କେରଙ୍ଗ ଅହମଦୀୟା ମୁସଲିମ ବି କ୍ଲବ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଭାବେ ଅହମଦୀୟା ମୁସଲିମ ସଂଗଠନ କେରଙ୍ଗର ସଭାପତି ମୁନୱର ଅହମଦ ଖାଁ, ସମ୍ମାନନୀୟ ଅତିଥି ଭାବେ ପୂର୍ବତନ ସରପଂଚ ମୁନିରୁଦ୍ଧିନ ଖାଁ, ଅମିରୁଦ୍ଧିନ ଖାଁ, ଶୋଏବ ଅହମଦ ଏବଂ ଫଜଲ ଅଲ୍ଲି ଯୋଗ ଦେଇଥିଲେ । ଖେଳର ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ମାରି ପାରିନଥିଲେ । ପରିଶେଷରେ ଟ୍ରାଇବେକରର ସହାୟତା ନିଆ ଯାଇଥିଲା । କେରଙ୍ଗ ଅହମଦୀୟା ମୁସଲିମ ଏ କ୍ଲବ ୫-୩ ଗୋଲ ବ୍ୟବଧାନରେ ଶରଧାପୁର ସ୍ପୋଟସ୍ କ୍ଲବକୁ ହରାଇ ଚମ୍ପିଅନ ହୋଇଥିଲା । ଏହି ଫାଇନାଲ ଖେଳଟିକୁ ପ୍ରଫୁଲ୍ଲ କୁମାର ବେହେରା ପରିଚାଳନା କରୁଥିବା ବେଳେ ତାଙ୍କ ସହ ସଗିର ଅହମଦ ,ଅମଜାଦ ଖାଁ ଲାଇନ୍ସ ମ୍ୟାନ ଏବଂ ଅନ୍ୟାନ୍ୟ ମ୍ୟାଚରେ ଶୋଏବ ଅହମଦ, ଗୋଲାମ ସରୱର ଅହମଦ ଏବଂ ଫାରୁକ ଅହମଦ ଦାୟିତ୍ୱ ଭାର ତୁଲାଇ ଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ବିଜୟୀ ଦଳକୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରା ଯାଇଥିଲା । ଓଡ଼ିଶା ସମାଚାର