Friday , September 29 2023
Breaking News
Home / ବିଶେଷ / ସିନେ କଳାକାରଙ୍କୁ ‘ଦୈତାରୀ ସମ୍ମାନ’

ସିନେ କଳାକାରଙ୍କୁ ‘ଦୈତାରୀ ସମ୍ମାନ’

ଭୁବନେଶ୍ୱର,୦୯/୦୯/୨୦୧୯(ଓଡ଼ିଶା ସମାଚାର)- ଶ୍ରୀ ଗଣେଶ ପୂଜା ଅବସରରେ ଭୁବନେଶ୍ୱର ଉପକଣ୍ଠରେ ଥିବା କଳାରାହାଙ୍ଗ ଗ୍ରାମର ଏଲଡିଭି ଦୈତାରୀ ରେସିଡ଼େନ୍ସି ପରିସରରେ ଅନୁଷ୍ଠିତ ହୋଇଯାଇଛି ମର୍ଯ୍ୟାଦାଜନକ ‘ଦୈତାରୀ ସମ୍ମାନ’ । ଏହି ସମ୍ମାନ ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୟ ନାୟକ (ଟୁଟୁ), ଏନ୍. ଗଙ୍ଗାଧର ରେଡ୍ଡି, ନିର୍ଦ୍ଧେଶକ ସଞ୍ଜୟ ନାୟକ, ଅଭିନେତା ଅଶ୍ରୁମୋଚନ, ଅଭିନେତ୍ରୀ ପୁଷ୍ପା ପଣ୍ଡା, ଅଭିନବ ସିଂ, ଦୀପକ, ଜ୍ୟୋତିରଞ୍ଜନ, ରିୟା, ଭୂମିକା, କାବ୍ୟା କିରଣ, ସୁମନ, ଗୁଡ୍ଡୁ ଏବଂ ଦୁବାଇରେ ଅବସ୍ଥାପିତ ଡ଼ିଜେ ତଥା ଅଭିନେତ୍ରୀ ଏଶ୍ୱର୍ଯ୍ୟା ପ୍ରମୁଖ କଳାକାରଙ୍କୁ ସମ୍ମାନ ପ୍ରଦାନ କରାଯାଇଛି । ପଟିଆସ୍ଥିତ କଳାରାହାଙ୍ଗ ଗ୍ରାମରେ ଥିବା ଦୈତାରୀ ଛକ ପୂଜା କମିଟି ତରଫରୁ ପ୍ରତିବର୍ଷ ଗଣେଶ ପୂଜା ଅନୁଷ୍ଠିତ ହୋଇଥାଏ । କିନ୍ତୁ ବିଗତ ଦୁଇବର୍ଷ ହେବ ପୂଜା କମିଟି ପକ୍ଷରୁ ମେଲୋଡ଼ି ଏବଂ କଳାକାରଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଧେଶ୍ୟରେ ‘ଦୈତାରୀ ସମ୍ମାନ’ ପ୍ରଦାନ କରାଯାଉଅଛି । ଏହି ସମ୍ମାନ ନିଶ୍ଚିତ ଭାବେ ବରିଷ୍ଠ କଳାକାରଙ୍କୁ କୃତଜ୍ଞତା ଜଚ୍ଚାଇବା ସହ ଉଦୀମାନ କଳାକାରଙ୍କୁ ଉତ୍ସାହିତ କରିବ ବୋଲି ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଉତ୍ସବର ଆୟୋଜନ ସହିତ ସୁପରି•ଳନା କରିଥିଲେ ଚଳଚ୍ଚିତ୍ର ଅଭିନେତା ବିଜୁ ବଡ଼ଜେନା, ପିଂଟୁ ନନ୍ଦ ଏବଂ ଓଲିଉଡ଼ କି୍ରଏଟିଭ ହେଡ୍ ପ୍ରଣୟ ଜେଠୀ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *