Thursday , September 28 2023
Home / ବିଶେଷ / ସାଲେପୁର ଅଂଚଳରେ ଗଣେଶ ଭସାଣୀ ଅନୁଷ୍ଠିତ

ସାଲେପୁର ଅଂଚଳରେ ଗଣେଶ ଭସାଣୀ ଅନୁଷ୍ଠିତ

ସାଲେପୁର,୦୯/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା )- ରାଇସୁଙ୍ଗୁଡ଼ା ଅଂଚଳରେ ଆଜି ସନ୍ଧ୍ୟାରେ ଗଣେଶ ଭସାଣୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ନେତାଜୀ ସଂଗ୍ରାମୀ କ୍ଲବ୍ ରାଇସୁଙ୍ଗୁଡ଼ା ଆନୁକୂଲ୍ୟରେ ଗେଙ୍ଗଶ୍ୱର ମହାଦେବ  ମନ୍ଦିର ପରିସରରେ ସ୍ଥାପନ କରାଯାଇଥିବା ପ୍ରଭୁ ବିନାୟକଙ୍କ ମୂର୍ତିକୁ ପୂଜା ମଣ୍ଡପରୁ ଏକ ଶୋଭାଯାତ୍ରାରେ ବାହାର କରାଯାଇ ରାଇସୁଙ୍ଗୁଡ଼ା ବଜାର ପରିକ୍ରମା କରାଯାଇ ୮ନଂ କେନାଲରେ ବିସର୍ଜନ କରାଯାଇଥିଲା । ସେହିପରି ସାଲେପୁର ଅଂଚଳର ଅରବିନ୍ଦ ମାର୍ଗ ଗଣେଶ ପୂଜା କମିଟି, ଇଲେଭେନ୍ଷ୍ଟାର ଗଣେଶ ପୂଜା କମିଟି, ଚନ୍ଦ୍ରାଦେଇପୁର ମା’ମଙ୍ଗଳା ପୂଜା କମିଟି, କଂଟାସାହି ଗଣେଶ ପୂଜା କମିଟି ପକ୍ଷରୁ ଗଣପତି ଅଗ୍ରପୂଜ୍ୟ ପ୍ରଭୁ ଗଣନାଥଙ୍କ ଭସାଣୀ ଉତ୍ସବ ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି । ଓଡ଼ାସିଂହ ଗ୍ରାମରେ ଅତି ନିଆରା ଢ଼ଙ୍ଗରେ ପ୍ରଭୁ ଗଣେଶଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଭସାଣୀ ଉତ୍ସବରେ ୧୦ରୁ ଉଦ୍ଧ୍ୱର୍ ଗଣେଶ ମୂର୍ତି ଭସାଣୀରେ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *