Friday , October 29 2021
Home / ବିଶେଷ / ଶିକ୍ଷୟିତ୍ରୀଙ୍କୁ ସର୍ବପଲ୍ଲୀ ସମ୍ମାନ

ଶିକ୍ଷୟିତ୍ରୀଙ୍କୁ ସର୍ବପଲ୍ଲୀ ସମ୍ମାନ

ଗରଦପୁର, ୦୯/୦୯/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ବସନ୍ତପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା କୁମାରୀ ତ୍ରିପାଠୀ ଙ୍କୁ ସର୍ବପଲ୍ଲୀ ସମ୍ମାନ ପ୍ରଦାନ କରାଯାଇଛି ।  ଏହି ଅବସରରେ କଟକ ସାରଳା ଭବନରେ ଓଡ଼ିଶା ବିଦ୍ୟା ବିକାଶ ପରିଷଦ ଆନୁକୂଲ୍ୟରେ ସର୍ବପଲ୍ଲୀ ସମ୍ମାନ ୨୦୧୯ ଆୟୋଜିତ ହୋଇଥିଲା ।  ଉତ୍ସବରେ ଇଂ ପ୍ରଭାକର ସ୍ୱାଇଁ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବାରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଡ଼ ଶୁକଦେବ ନନ୍ଦ ଓ ସମ୍ମାନୀୟ ଅତିଥି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ , ନୀଳଚକ୍ରର ଅଧ୍ୟକ୍ଷା ନମିତା ପଣ୍ଡା ପ୍ରମୁଖ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଉତ୍ସର୍ଗିକୃତ ସେବା ପାଇଁ କୁମାରୀ ତ୍ରିପାଠୀ ଙ୍କୁ ସର୍ବପଲ୍ଲୀ ସମ୍ମାନରେ ସମ୍ମାନୀତ କରିଥିଲେ ।  ଏହି କାର୍ଯ୍ୟକ୍ରମକୁ  ଓଡ଼ିଶା ବିଦ୍ୟା ବିକାଶ ପରିଷଦର ସଭାପତି କୈଳାଶ ଚନ୍ଦ୍ର ବରାଳ , ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ ପରିଚାଳନା କରିଥିଲେ ।  କୁମାରୀ ତ୍ରିପାଠୀ  ସର୍ବପଲ୍ଲୀ ସମ୍ମାନ ପାଇଥିବାରୁ ଗରଦପୁର ଅଂଚଳରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।  ଓଡ଼ିଶା ସମାଚାର

About admin

Check Also

ତାଳଦଣ୍ଡା କେନାଲ ଵନ୍ଧ ରାସ୍ତାରେ ମୁକ୍ତାକାଶ ଜିମ୍ ସୁବିଧା

କଟକ ସଦର , ୨୮/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକର ଯୋବ୍ରା ଆନିକଟ ଠାରୁ ରାଣୀହାଟ ପୋଲ ପର୍ୟ୍ୟନ୍ତ ତାଳଦଣ୍ଡା …

Leave a Reply

Your email address will not be published. Required fields are marked *