କେନ୍ଦ୍ରାପଡା ୦୯/୦୯/୨୦୧୯(ଓଡ଼ିଶା ସମାଚାର)- ମଦୁଆମାନଙ୍କୁ ସାବାଡ କରିବା ପାଇଁ ଟାଉନ ଥାନା ପୋଲିସ ପକ୍ଷରୁ ଏକ ନୂତନ ଅଭିଯାନ ସୋମବାର ସଂନ୍ଧ୍ୟାରୁ ଆରମ୍ଭ କରାଯାଇଛି । ମଦ ଦୋକାନ ବା ମଦବାର ନିକଟକୁ ମଦପିଇବାକୁ ଓ କିଣିବାକୁ ଆସୁଥିବା ମଦୁଆମାନଙ୍କ ନିମନ୍ତେ ଟାଉନ ପୋଲିସ ପକ୍ଷରୁ ମଦବାର ନିକଟରେ ଡ୍ରାଇଭିଂ ଲାଇସେନ୍ସ ଓ କାଗଜପତ୍ର ଚେକିଂ ଆରମ୍ଭ କରାଯାଇଛି । ଏହାଦ୍ୱାରା ମଦୁଆମାନେ ସାଙ୍ଗରେ ଗାଡିର କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ଧରି ଆସିବେ ନଚେତ ଫାଇନ କଟାଯିବ । ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ନିର୍ଦେଶରେ ଆଜିସନ୍ଧ୍ୟାରେ ବଳଗଣ୍ଡି ଓ ତିନିମୁହାଣି ଛକରେ ଥିବା ମଦ ବାର ନିକଟରେ ସୈାମ୍ୟରଞ୍ଜନ ଜାଲିଙ୍କ ନେତୃତ୍ୱରେ ଚେକିଂ କରାଯାଇ ଗାଡିଚାଳକଙ୍କୁ ସଚେତନ କରାଯିବା ସହ ୪ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ବେଳେ ଏସ.ଆଇ ପ୍ରଜ୍ଞାଶ୍ରୀ ନାୟକଙ୍କ ନେତୃତ୍ୱରେ ଛଗରିଆ,ଗୋପଛକ,ଇଛାପୁର,କେଶପୁରବଜାର,କାକଟଛକ,ମେଡିକାଲଛକ ଓ ବ୍ଲକ ଛକରେ ଗାଡିଚାଳକମାନଙ୍କୁ ସଚେତନ କରାଯିବା ସହ ୪ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର