Wednesday , October 4 2023
Breaking News
Home / ସ୍ୱାସ୍ଥ୍ୟ / ପୁଷ୍ଟି ସଚେତନତା ସୃଷ୍ଟି ଲାଗି ଅନୁଗୁଳର ୬ଟି ଗ୍ରାମରେ ଅଣ୍ଡା ପ୍ରତିଯୋଗିତା

ପୁଷ୍ଟି ସଚେତନତା ସୃଷ୍ଟି ଲାଗି ଅନୁଗୁଳର ୬ଟି ଗ୍ରାମରେ ଅଣ୍ଡା ପ୍ରତିଯୋଗିତା

ଭୁବନେଶ୍ୱର,୦୯/୦୯/୨୦୧୯(ଓଡ଼ିଶା ସମାଚାର)- ପୋଷଣ ମାସ ଚାଲିଥିବାରୁ ସାରା ଦେଶରେ ପୁଷ୍ଟିକୁ ନେଇ ଚର୍ଚା ଜାରି ରହିଥିବା ବେଳେ ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଅଣ୍ଡାରେ ଥିବା ପୁଷ୍ଟିର ଭୂମିକା ବିଷୟରେ ଧ୍ୟାନ ଆକର୍ଷଣ କରିବା ଲାଗି ଛଅଟି ଗ୍ରାମରେ ଏକ ସ୍ୱତନ୍ତ୍ର ପ୍ରତିଯୋଗିତା ଆୟୋଜନ କରାଯାଇଛି । ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ) ଅଧୀନରେ ସପ୍ଲିମେଂଟାରି ନୁ୍ୟଟ୍ରିସନ ପ୍ରୋଗ୍ରାମ (ଏସଏନପି)ର ହିତାଧିକାରୀ ଥିବା ମହିଳା ଓ ଶିଶୁମାନେ ଏହି ଅଣ୍ଡା ରିଲେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ଯେଉଁଥିରେ ପୁରୁଣାକୋଟ, ବାରସାହି, ବାଲିପଷି, କୁଂଜମ, କାରଡାପାଳ ଏବଂ ସଇଦା ଗ୍ରାମ ଭାଗ ନେଇଛନ୍ତି । ଏହି ପ୍ରତିଯୋଗିତା ସେପ୍ଟେମ୍ବର ୬ରୁ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଟି ଗ୍ରାମରୁ ୧୦ଟି ଟିମ୍ ଏଥିରେ ଅଂଶଗ୍ରହଣ କରିଛନ୍ତି ଯେଉଁଥିରେ ପ୍ରତି ଟିମ୍ରେ ଜଣେ ମହିଳା ଓ ଜଣେ ଶିଶୁ ସଦସ୍ୟ ରହିଛନ୍ତି । ସରପଂଚ ଏବଂ ସାମ୍ନାରେ ରହୁଥିବା ସ୍ୱାସ୍ଥ୍ୟକର୍ମୀ ଯଥା ଅଙ୍ଗନୱାଡ଼ି କର୍ମୀ (ଏଡବ୍ଲୁ୍ୟଡବ୍ଲୁ୍ୟ) ଏବଂ ଆଶା କର୍ମୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଅଣ୍ଡାର ଉପଯୋଗିତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଆଇସିଡିଏସ୍ ଅଧୀନରେ ଓଡ଼ିଶା ପ୍ରଦାନ କରୁଥିବା ଲାଭ ଉପରେ ଗୁରୁତ୍ୱାରୋପ କରିବା ପାଇଁ ସମାଜର ବିଭିନ୍ନ ବର୍ଗର ଏକତ୍ରୀତ ହୋଇଛନ୍ତି । ଏହି ପ୍ରତିଯୋଗିତା କେବଳ ଅପପୁଷ୍ଟି ସହ ଲଢ଼େଇ ପାଇଁ ଏକ ଉକ୍ରୃଷ୍ଟ ଖାଦ୍ୟ ଭାବେ ଗୁରୁତ୍ୱ ଦେବା ଲାଗି ଉଦିଷ୍ଟ ନଥିଲା ବରଂ ଏହାକୁ ସେବନ କରୁଥିବା ହିତାଧିକାରୀଙ୍କ ପାଇଁ ଏହାର ଗୁରୁତ୍ୱ ବିଷୟରେ ଅବଗତ କରାଯାଉଛି । ପଶ୍ଚିମ ବଙ୍ଗ, ତ୍ରିପୁରା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ, ଝାଡଖଣ୍ଡ ଏବଂ ବିହାର ସମେତ କିଛି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ ଯେଉଁଠାରେ ଅପପୁଷ୍ଟିକୁ ଦୂର କରିବା ଲାଗି ଅଣ୍ଡା ପ୍ରଦାନ କରାଯାଉଛି । ଅଙ୍ଗନବାଡ଼ି କେନ୍ଦ୍ରରେ ୩-୬ ବର୍ଷର ପିଲାମାନଙ୍କୁ ସପ୍ତାହକୁ ୫ଟି ଅଣ୍ଡା ଏବଂ ଗର୍ଭବତୀ, ସ୍ତନ୍ୟପାନ କରୁଥିବା ମହିଳାଙ୍କୁ ସପ୍ତାହକୁ ତିନିଟି ଅଣ୍ଡା ଏବଂ ୬ ମାସରୁ ତିନି ବର୍ଷ ପର୍ଯ୍ୟନ୍ତର ପିଲାମାନଙ୍କୁ ଏସ୍ଏନ୍ପି ଅଧୀନରେ ଘରେ ରାସନ ପ୍ରଦାନ କରାଯାଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *