Friday , October 22 2021
Home / ଶିକ୍ଷା /   ପାଟକୁରା  ଶିଶୁ ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ

  ପାଟକୁରା  ଶିଶୁ ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ

 ଗରଦପୁର ୦୯/୦୯/୨୦୧୯(ଓଡ଼ିଶା ସମାଚାର)- ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ପାଟକୁରା ଠାରେ ଥିବା ସରସ୍ୱତୀ ଶିଶୁ ମନ୍ଦିରରେ କେନ୍ଦ୍ରାପଡା ଜିଲା ସ୍ତରୀୟ ବିଜ୍ଞାନ ମେଳା ଗତକାଲି ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ସମ୍ପାଦକ ତଥା କେନ୍ଦ୍ରାପଡା ଜିଲା ସଂଯୋଜକ ଲକ୍ଷ୍ମୀଧର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷା ବିକାଶ ସଂସ୍ଥାନର କଟକ ଜିଲା ପ୍ରଭାରୀ ଧରଣୀଧର ବେହେରା ,କେନ୍ଦ୍ରାପଡା ଜିଲାର ପ୍ରଭାରୀ ପ୍ରଦୀପ୍ କୁମାର ନାୟକ ମୂଖ୍ୟ ଅତିଥି ଓ ମୂଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବାବେଳେ, ସ୍ଥାନୀୟ ଲୋକନାଥ ମହାବିଦ୍ୟାଳୟର ଅଧ୍ୟାପକ ବିଜୟ କୁମାର ନାୟକ,ଦିବାକର ସାହୁ,ରଞ୍ଜିତ କୁମାର ଆଚାର୍ଯ୍ୟ,ବିଶ୍ୱହିନ୍ଦୁ ପରିଷଦର ସଂଯୋଜକ ରାଧାରମଣ ଷଢଙ୍ଗି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଆଜିର ଦିନରେ ବିଜ୍ଞାନର ଅଗ୍ରଗତି ଓ ଉପକାରିତା ସମ୍ପର୍କରେ କହିଥିଲେ । ଦିନକୁ ଦିନ ବିଜ୍ଞାନର ଦୃତ ଅଗ୍ରଗତି ଘଟୁଥିବାରୁ ଆଜିର ଦିନରେ ବିଜ୍ଞାନ ସହିତ ତାଳ ଦେଇ ଆଗେଇ ଚାଲିବାକୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଜ୍ୟୋସ୍ନାରାଣି ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ସୌଭାଗିନୀ ମଲ୍ଲିକ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କଲ୍ୟାଣୀ ନାଥ,ଦୀପ୍ତିରେଖା ପଣ୍ଡା,ଗାୟତ୍ରୀ ପଣ୍ଡା,ଅମିତାରାଣୀ ସେଠୀ,ପ୍ରମୁଖ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  । ବିଦ୍ୟାଳୟରେ କରାଯାଇଥିବା ଷ୍ଟଲ୍ ପ୍ରଦର୍ଶନରେ ୧ମ,୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ର/ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରଷ୍କୃତ କରାଯାଇଥିଲା ।  ଓଡ଼ିଶା ସମାଚାର

About admin

Check Also

ଆସିଲା ଗାଇଡଲାଇନ୍,୨୧ରୁ ଆରମ୍ଭ ହେବ ଏକାଦଶ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଗାଇଡଲାଇନ୍ ଆସିଛି । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ …

Leave a Reply

Your email address will not be published. Required fields are marked *