ଭୁବନେଶ୍ୱର,୦୯/୦୯/୨୦୧୯(ଓଡ଼ିଶା ସମାଚାର)- ଦେଶ ତଥା ରାଜ୍ୟରେ ସଂଶୋଧିତ ନୂଆ ମୋଟର ଯାନ ଆକ୍ଟକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବ ଅଟୋ ମହାସଂଘ । ପରିବହନ ସଚିବଙ୍କ ସହ ଅଟୋ ମହାସଂଘର ବୈଠକ ବିଫଳ ହୋଇଛି । ପ୍ରଥମେ ଭୁବନେଶ୍ୱର ବନ୍ଦ୍ କରିବା ପରେ ଆବଶ୍ୟକ ପଡ଼ିଲେ ସାରା ଓଡ଼ିଶା ବନ୍ଦ ପାଳନ କରିବ ବୋଲି ଅଟୋ ମହାସଂଘ ଚେତାବନୀ ଦେଇଛି । ଏହି ନୂଆ ନିୟମ ଅନୁସାରେ କାଗଜପତ୍ର ଓ ଲାଇସେନ୍ସ ନଥିବାରୁ ସାଧାରଣ ଲୋକ ତଥାଅଟୋ ଚାଳକ ମୋଟା ଅଙ୍କର ଫାଇନ ଗଣୁଛନ୍ତି । ଅଟୋ ଚଲାଇ ପେଟ ପୋଷୁଥିବା ଲୋକଙ୍କମଧ୍ୟ ଦେବାକୁ ପଡ଼ୁଛି ଜୋରିମାନା । ତେଣୁଏହାକୁ ବିରୋଧ କରି ଆଜି ଅଟୋ ଓ ଟ୍ୟାକ୍ସିମହାସଂଘ ପରିବହନ ସଚିବଙ୍କ ସହଆଲୋଚନା କରିଥିଲେ । କିନ୍ତୁ ଆଲୋଚନା ଫଳପ୍ରଦ ହୋଇନାହିଁ । ତେଣୁ ଏହି ଆଇନ ସଂଶୋଧନ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ । ଅଟୋ ମହାସଂଘ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ସଂଘ । ଅଟୋ ମହାସଂଘ ଆସନ୍ତା ସୋମବାର ଭୁବନେଶ୍ୱର ବନ୍ଦ୍ ଡାକରା ଦେଇଛି । ନୂଆ ନିୟମ ଲାଗୁ ହେବା ପରଠାରୁ ଅଟୋ ଚାଳକଙ୍କୁ ମୋଟା ଅଙ୍କର ଫାଇନ ଲାଗିଛି । ଆଇନଲାଗୁ ହେବା ୨ଦିନ ପରେ ରାଜଧାନୀ ଭୁବନେଶ୍ୱରରେ ଜଣେ ଅଟୋ ଚଳାକଙ୍କୁ ଟ୍ରାଫିକ ଉଲଂଘନର ୮ଟି କାରଣ ଦର୍ଶାଇ ୪୭,୫୦୦ଟଙ୍କା ଫାଇନ ଲଗାଇଥିଲେ ଟ୍ରାଫିକ ପୋଲିସ । ଏହା ସହ ଭଦ୍ରକରେ ଜଣେ ଅଟୋ ଚାଳକଙ୍କୁ ୨୭ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିଛି । ଓଡ଼ିଶା ସମାଚାର