ସାଲେପୁର, ୦୯/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା )- ଆଜି ନୀଳଚକ୍ର କ୍ଲବ୍ ଆନୁକୂଲ୍ୟରେ ଜେ.ପି.ଏମ୍ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆତୋଡ଼ା ଗ୍ରାମର ନୋଡ଼ାଲ ଉ.ପ୍ରା. ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୦୫ଜଣ ବ୍ୟକ୍ତିଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବାବେଳେ ସେଥିମଧ୍ୟରୁ ୨୩ଜଣ ବ୍ୟକ୍ତିଙ୍କ ଚକ୍ଷୁ ଅସ୍ତ୍ରୋପଚାର କରାଯିବାପାଇଁ ମନୋନୀତ କରାଯାଇଥିଲା । ଏହି ଶିବିରକୁ ନୀଳଚକ୍ର କ୍ଲବ୍ର ସଭ୍ୟ ଦେବେନ୍ଦ୍ର କୁମାର ନାୟକ, ମନୋଜ କୁମାର ପଣ୍ଡା, ଜଗବନ୍ଧୁ ସେଠୀ, ଯତୀନ୍ଦ୍ର ନାଥ ଜେନା, ଯଦୁମଣି ଦାଶ, ସତିଶ କୁମାର ରାଉତ, ଅଖିଳେଶ ପ୍ରସାଦ ନାୟକଙ୍କ ସମେତ କ୍ଲବ୍ର ସମସ୍ତ ସଭ୍ୟମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ । ଏହି ଅବସରରେ ନୀଳଚକ୍ର କ୍ଲବ୍ର ଉପଦେଷ୍ଟା ପ୍ରେମାନନ୍ଦ ସ୍ୱାଇଁଙ୍କ ସଭାପତିତ୍ୱରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିବାବେଳେ କ୍ଲବ୍ର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର