Saturday , May 28 2022
Breaking News
Home / ତାଜା ଖବର /   ଦୁଇ  ନାବାଳକ ପୁଅଙ୍କୁ ହତ୍ୟାକରି ମା ର ଅତ୍ମହତ୍ୟା ସଂଦେହ

  ଦୁଇ  ନାବାଳକ ପୁଅଙ୍କୁ ହତ୍ୟାକରି ମା ର ଅତ୍ମହତ୍ୟା ସଂଦେହ

କଳାହାଣ୍ଡି, ୦୯/୦୯/୨୦୧୯(ଓଡ଼ିଶା ସମାଚାର/ ସଂଜୟସିଂହ)-  କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ନିଜ ଜନ୍ମକଲା ଦୁଇ ପୁଅକୁ ସ୍ୱାମୀର ଅନୁପସ୍ଥିତିରେ ଗଳାକାଟି ହତ୍ୟା କରିବା ପରେ ନିଜେ ମା ରେଳ ଧାରଣାରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଦୁଇ ପୁଅ ରବିନ୍ଦ୍ରମାଝୀ (୪) ଓ ଦୁଷ୍ମନ୍ତ ମାଝୀ (୬) ଏବଂ ମୃତ ମା ବିମଳା ମାଝୀ । ମୃତବିମଳା ଓ ସ୍ୱାମୀ ଲିଙ୍ଗା ମାଝୀ କିଛି ଦିନ ତଲେ ଦ୍ୱିତୀୟ ବିବାହ କରିଥିଲେ । ଦୁହିଁଙ୍କ ମଧ୍ୟରେ ତିକ୍ତତା ଲାଗିରହିଥିଲା । ଏହାକୁନେଇ ମାନସିକ ଭାରସାମ୍ୟ ହରାଇ ବିମଳା ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି । ପରିବାରବର୍ଗ ହତ୍ୟା ସଂଦେହ କରୁଥିବାବେଲେ ଭବାନୀପାଟଣା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି । ଓଡ଼ିଶା ସମାଚାର

About admin

Check Also

ଗୁଳିମାଡ କରି ଗୋରୁ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ, ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ

ମୟୂରଭଞ୍ଜ ୨୫/୦୫/୨୦୨୨( ଓଡ଼ିଶା ସମାଚାର )- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରାମାଞ୍ଚଳ ଥାନା ହାଟବାଦଡାରେ ସକାଳ ପ୍ରାୟ ୭ଟାରେ …

Leave a Reply

Your email address will not be published. Required fields are marked *