Friday , October 22 2021
Breaking News
Home / ବିଶେଷ / ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ସାଲେପୁର ସାମ୍ବାଦିକମାନଙ୍କ ପକ୍ଷରୁ ଶୋକ

ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ସାଲେପୁର ସାମ୍ବାଦିକମାନଙ୍କ ପକ୍ଷରୁ ଶୋକ

ସାଲେପୁର, ୦୯/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା )- ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ସାଲେପୁର ସାମ୍ବାଦିକମାନଙ୍କ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । ସ୍ୱର୍ଗତ ଦିଲ୍ଲୀପ ଶତପଥୀ ଜଣେ ନୀରପେକ୍ଷ ସମ୍ବାଦଦାତା ରୂପେ ସମଗ୍ର ଓଡ଼ିଶାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କର ବିୟୋଗରେ ସାଲେପୁର ଅଂଚଳର ସାମ୍ବାଦିକମାନଙ୍କ ପକ୍ଷରୁ ଏକ ଶୋକସଭା ପ୍ରଫୁଲ୍ଲ  ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାମ୍ବାଦିକ ହୃଷିକେଶ ମଲ୍ଲିକ, ପ୍ରଦୀପ ପରିଜା, ମନୋଜ ଆଚାର୍ଯ୍ୟ, ଦୀପକ ଦାସ, ବିନୟ କୁମାର ଦାଶ, ଉମାକାନ୍ତ ଜେନା, ସୁଧିର କୁମାର ଶତପଥୀ, ସୁଜିତ୍ ଭୂୟାଁ, ହେମନ୍ତ କୁମାର ଭୂୟାଁ, ପ୍ରତାପ ଚନ୍ଦ୍ର ଭୂୟାଁ, ମନୋଜ ମହାନ୍ତି, ନାରାୟଣ ଓଝା, ତାପସ ଦାସ, ଅର୍ଜୁନି ସାହୁ, ପ୍ରତୁ୍ୟଷ ମହାନ୍ତି, ଚିତରଂଜନ ମୁଦୁଲି, ପ୍ରଶାନ୍ତ କୁମାର ମଲ୍ଲିକ,  ପ୍ରଦୀପ୍ତ କୁମାର କର, ଅଜୟ କୁମାର ସାହୁ, ଦିଲ୍ଲୀପ କୁମାର ବରାଳ , ସୈାମ୍ୟରଂଜନ ଭୂୟାଁ ବିଭୂତି ଭୂଷଣ କର  ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାରେ ୬୨ତମ ପୋଲିସ ସହିଦ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୧/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ଗୁରୁବାର  ୬୨ତମ ପୋଲିସ ସହିଦ  ଦିବସ ପାଳିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *