ମାଲକାନଗିରି, ୦୯/୦୯/୨୦୧୯(ଓଡ଼ିଶା ସମାଚାର)- ଦାରିଦ୍ର୍ୟ ପୁଣି ଏକ ପରିବାରକୁ ଉଜାଡ଼ିଦେଇଛି । ଗରିବୀ ଯୋଗୁଁ ଘର ସମ୍ଭାଳିବା ଅସମ୍ଭବ ହେବାରୁ ଶେଷରେ ଦୁଇ ପିଲାଙ୍କସହିତ ମା’ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ତେଲରାଇ ଗ୍ରାମରେ । ମା’ଏବଂ ଗୋଟିଏ ପୁଅ ପ୍ରାଣ ହରାଇଥିବାବେଳେ ଆଉ ଏକ ପୁଅ ଏବେବି ଗୁରୁତର ଅଛନ୍ତି । ମୃତ ମହିଳା ଜଣକ ହେଲେ ମୁକା ପଡ଼ିଆମୀ । ତେଲରାଇ ଗାଁର ମୁକା ପଡ଼ିଆମୀଙ୍କ ସ୍ୱାମୀ ଗତ ୪ ବର୍ଷ ତଳେ ପ୍ରାଣ ହରାଇଛନ୍ତି । ଏହା ପରେ ବିଧବା ମୁକା ଏକୁଟିଆ ୪ଟି ପିଲାଙ୍କୁ ନେଇ ରହୁଥିଲେ ।ଦୁଇଟି ପିଲାଙ୍କୁ ସେ ଏକ ଆବାସିକ ବିଦ୍ୟାଳୟରେ ଛାଡ଼ି ଦେଇଛନ୍ତି । ଅନ୍ୟ ଦୁଇ ପିଲାଙ୍କ ସହ ରହୁଥିବାବେଳେ ଶେଷରେ ବିଷ ପିଇ ଆତ୍ମହତ୍ୟା କରିଛି ।ଫଳରେ ମୁକା ଏବଂ ୫ ବର୍ଷରପୁଅଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ୪ ବର୍ଷର ପୁଅ ଗୁରୁତର ଅଛନ୍ତି । ତାକୁ କାଲିମେଳାରେ ମେଡ଼ିକାଲରେ ଭର୍ତିକରାଯାଇଛି । ସେ ଦାରିଦ୍ର୍ୟତା ଯୋଗୁଁ ଆତ୍ମହତ୍ୟା କରିଥିବା ପଡ଼ୋଶୀ ସନ୍ଦେହ କରିଛନ୍ତି ।ସେମାନେ ବହୁତ ଅଭାବ ଅନଟନରେ ରହୁଥିଲେ ବୋଲି ପଡ଼ୋଶୀ କହିଛନ୍ତି । କାଲିମେଳା ଥାନା ପୋଲିସ ମେଡ଼ିକାଲରେ ପହଂଚି ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ଓଡ଼ିଶା ସମାଚାର