Saturday , October 16 2021
Breaking News
Home / ବିଶେଷ / ଟାଇମ୍ ପାସ୍ ପୁସ୍ତକ ପର୍ବ : ବିଦ୍ୟାଧର ପଣ୍ଡାଙ୍କ ‘ପ୍ରଥମ ପ୍ରେମ’ ଓ ‘ତଲାସ’ ଲୋକାର୍ପିତ

ଟାଇମ୍ ପାସ୍ ପୁସ୍ତକ ପର୍ବ : ବିଦ୍ୟାଧର ପଣ୍ଡାଙ୍କ ‘ପ୍ରଥମ ପ୍ରେମ’ ଓ ‘ତଲାସ’ ଲୋକାର୍ପିତ

ଭୁବନେଶ୍ୱର,୦୯/୦୯/୨୦୧୯(ଓଡ଼ିଶା ସମାଚାର)- ତୂଳୀତଳ୍ପ ଶଯ୍ୟାରେ ଶୋଇ ଗଗନଶ୍ଚୁମ୍ଭୀ ପ୍ରାସାଦରେ ବସି କବିତା ଲେଖାଯାଇ ପାରେ, ମାତ୍ର ଗଳ୍ପ ନୁହେଁ । ଗଳ୍ପ ଲେଖିବା ପାଇଁ ଜୀବନର ସୁଖ ଦୁଃଖ, ହସ କାନ୍ଦ, ସ୍ୱପ୍ନ ଓ ସଂଗ୍ରାମକୁ ନେଇ ଗଭୀର ଅନୁଭୂତି ଆବଶ୍ୟକ । ଇଂ ବିଦ୍ୟାଧର ପଣ୍ଡାଙ୍କ ଯୁଗ୍ମ ଗଳ୍ପ ସଂକଳନ ‘ପ୍ରଥମ ପ୍ରେମ’ ଓ ‘ତଲାସ’ର ଲୋକାର୍ପଣ ଉତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ପ୍ରକାଶନ ସଂସ୍ଥା ‘ଟାଇମ୍ ପାସ୍’ ପକ୍ଷରୁ ସ୍ଥାନୀୟ ହୋଟେଲ କେଶରୀଠାରେ ଆୟୋଜିତ ପୁସ୍ତକ ପର୍ବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ କଥାକାର ଓ ବାଗ୍ମୀ ଅଧ୍ୟାପକ ବିଶ୍ୱରଞ୍ଜନ । ପୁସ୍ତକ ଦୁଇଟିର ସମୀକ୍ଷା କରିଥିଲେ କବି ସମ୍ପଦ ନାୟକ ଓ କଥାକାର ମନୋଜ ଦଳବେହେରା । ଏହି ଅବସରରେ ଲେଖକ ବିଦ୍ୟାଧର ପଣ୍ଡା ନିଜ ଗଳ୍ଗଲେଖାର ପୃଷ୍ଠଭୂମି ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ଯୁବକବି ଦେବପ୍ରକାଶ ନାୟକ ସାଳନ କରିଥିବା ବେଳେ ଟାଇମ୍ ପାସ୍ର ନିର୍ଦ୍ଧେଶକ ସରରେଜ ବଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅବିନାଶ ସାହୁ, ବଳରାମ ନାୟକ, ପି୍ରୟାଂଶୁ ପ୍ରିୟଦବେ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଭୁବନର ପ୍ରସିଦ୍ଧ ବଳଦ ଯାତ୍ରା ଓ ଦୁର୍ଗାମେଢ ଭସାଣି ଶେଷ

     କୋଭିଡ କଟକଣା ପାଇଁ ଫିକା ପଡିଲା ଦଶହରା, ଅପରାହ୍ନ ସୁଦ୍ଧା ଭସାଣି ଶେଷ ଭୁୁବନ ୧୬/୧୦/୨୦୨୧(ଓଡ଼ିଶା ସମାଚାର)- ସରକାରଙ୍କ …

Leave a Reply

Your email address will not be published. Required fields are marked *