ବ୍ରହ୍ମପୁର, ୦୯/୦୯/୨୦୧୯(ଓଡ଼ିଶା ସମାଚାର)-ବ୍ରହ୍ମପୁର ସହରର ବଡବଜାର ପୋଲିସ ଚୋରିହୋଇଥିବା ପ୍ରାୟ ୬କେଜି ଓଜନର ରୂପା ଅଳଙ୍କାର ଜବତ କରିବା ସହ ସମ୍ପୃକ୍ତ ୩ଅଭିଯୁକ୍ତଙ୍କୁ ଗିରଫ କରିଛି । ବ୍ରହ୍ମପୁର ବଡ ବଜାର ଥାନାରେ ଆୟୋଜିତ ହୋଇଥିବାଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ ପ୍ରଭାତ ରାଉତରାୟ ଦେଇଥିବା ସୂଚନା ଅନୁଯାୟୀ ,ଗତ ମାସ୩୦ ତାରିଖରେ ଏହି ଦୁର୍ବୃତମାନେ ବ୍ରହ୍ମପୁର ସହରର ବଡବଜାର ଥାନା ଅନ୍ତର୍ଗତ ମାଲାସାନି ପେଟା ସାହିର ଶ୍ରୀ ସାଈ ଜୁଏଲର୍ସ ଦୋକାନରୁ ମଧ୍ୟ ରାତ୍ରୀରେ ଦୋକାନ ତାଲା ଭାଙ୍ଗି ପ୍ରାୟ ୬ କେଜି ରୂପା ଅଳଙ୍କାର ଲୁଟି ନେଇଥିଲେ । ଏହି ଦୋକାନର ମାଲିକ ଏମ ଉମାପତୀ ଆଚାରୀ । ଗିରଫହୋଇଥିବା ୩ ଅଭିଯୁକ୍ତ ହେଲେ ବଡବଜାର ଶଙ୍ଖାରୀ ସାହିର ଏସ ଭରତ ଆଚାରୀ,ଖାଲାସି ସାହିର ଜି ମୁରଲୀ । ଥାନା ଅଧିକାରୀ ଚୋରି ହୋଇଥିବା ରୂପା ଅଳଙ୍କାର ଭରତ କୁମାର ଆଚାରୀଙ୍କ ଘରୁ ଜବତ କରିଥିଲେ । ଉକ୍ତ ମାମଲାକୁ ଭିତି କରି ୪୫୭/୩୮୦ଧାରା ଅନୁସାରେ କେସ୍ ନଂ ୧୪୦/୩୧/୮/୨୦୧୯ରୁଜୁ କରାଯାଇ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇ ତଦନ୍ତ ଜାରି ରହିଛି । ଓଡ଼ିଶା ସମାଚାର