Wednesday , October 27 2021
Breaking News
Home / ବିଶେଷ / ଚିତ୍ରୋତ୍ପଳା ନଦୀରେ ବନ୍ୟା ପାଣି ପ୍ରବାହିତ. ପଠାଂଚଳ ଜଳମଗ୍ନ

ଚିତ୍ରୋତ୍ପଳା ନଦୀରେ ବନ୍ୟା ପାଣି ପ୍ରବାହିତ. ପଠାଂଚଳ ଜଳମଗ୍ନ

ଗରଦପୁର ୦୯/୦୯/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ଅଂଚଳ ମଧ୍ୟ ଦେଇ ପ୍ରବାହିତ ହେଉଥିବା ଚିତ୍ରୋତ୍ପଳା,ପାଇକା ଓ ଲୁଣା ନଦୀରେ ଗତକାଲି ରାତ୍ରୀ ଠାରୁ ବନ୍ୟା ଜଳ ପ୍ରବାହିତ ହେଉଛି । ନଦୀ ମାନଙ୍କରେ କ୍ରମେକ୍ରମେ ବନ୍ୟା ଜଳ ପତନ ବୃଦ୍ଧିପାଇବାରେ ଲାଗିଛି । ନଦୀରେ ବନ୍ୟା ପାଣି କ୍ରମେ କ୍ରମେ ବୃଦ୍ଧି ପାଉଥିବାରୁ ନଦୀ ପାଶ୍ୱର୍ସ୍ଥ ପଠାଂଚଳଗୁଡିକ ଜଳମଗ୍ନ ହେବାରେ ଲାଗିଛି । ପଠାଂଚଳରେ ଚାଷ କରାଯାଇଥିବା ଭେଣ୍ଡି,କଖାରୁ ଆଦି ପନିପରିବା ସହିତ କେତକ ସ୍ଥାନରେ କରାଯାଇଥିବା ବିଆଳି ଧାନଫସଲ ଓ ନଳିତା ଗଛ ଗୁଡିକ ବୁଡିବାକୁ ଲାଗିଲାଣି । ଚିତ୍ରୋତ୍ପଳା ନଦୀରେ ବନ୍ୟା ପାଣି ପ୍ରବାହିତ ହେବା ଫଳରେ ବେଡାରୀ,ପାଟକୁରା, ଜଗଦ୍ଧଳପୁର, ବିଚଣା, ହରିଦାସପୂର,ନୂଆପଡା,କୋଡଗାଁ ପାଟଣା, ଜଗନ୍ନାଥପୁର, ସମସରା, ପନ୍ଦିଆ -ପହଣା,ଆଖୁଆ ,ଓରିଷ,କଳାବୁଦା ଓ କୋରୁଆ ଆଦି ନଦୀର ଉଭୟ ପାଶ୍ୱର୍ରେ ରହିଥିବା ପଠାଂଚଳଗୁଡିକ ଜଳମଗ୍ନ ହେବାରେ ଲାଗିଛି । ବନ୍ୟା ପାଣି ଧିରେ ଧିରେ ବୃଦ୍ଧି ପାଇ କେତେକ ସ୍ଥାନରେ ନଦୀବନ୍ଧ ପାଶ୍ୱର୍କୁ ଛୁଇଁଲାଣି । ପାଟକୁରା  ଜଳ ସମ୍ପଦ ବିଭାଗର କର୍ମକର୍ତାମାନେ ସଜାଗ ରହିଥିବାର ଦେଖାଯାଇଛି । ପାଟକୁରା ଜଳ ସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ସନ୍ଦିପ୍ କୁମାର ପ୍ରକାଶ କରିଛନ୍ତି ଯେ, ନଦୀରେ ୭ଲକ୍ଷ୪୨ଘନଫୁଟ୍ ଜଳ ପ୍ରବାହିତ ହେଉଛି । ଏହି ବନ୍ୟା ପାଣି ନଦୀ ମଧ୍ୟରେ ପ୍ରବାହିତ ହୋଇଯିବ ବୋଲି ପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ଯୁବ ରେଡକ୍ରସର ସଙ୍କୁଳ ସ୍ତରୀୟ ଶିବିର ଉଦଘାଟିତ 

ବାଲିଗୁଡ଼ା,୨୬/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ଯୁବ ରେଡକ୍ରସ୍ …

Leave a Reply

Your email address will not be published. Required fields are marked *