Wednesday , January 26 2022
Breaking News
Home / ତାଜା ଖବର / ଘର ଭିତରୁ ଦିଅର ଭାଉଜଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ଘର ଭିତରୁ ଦିଅର ଭାଉଜଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ସୁନ୍ଦରଗଡ, ୦୯/୦୯/୨୦୧୯(ଓଡ଼ିଶା ସମାଚାର)-ସୁନ୍ଦରଗଡ଼ ରିଉ ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ।ଏକ ଘର ଭିତରୁ ଦିଅର ଭାଉଜଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ଭାଉଜକୁ ମାରିବା ପରେ ଦିଅର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଥାନା ରିଉ ଗାଁରେ ଘଟିିଛି ଏହି ଅଭାବନୀୟ ଘଟଣା । ଏକ ଘର ଭିତରୁ ଜଣେ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଠାବ ହୋଇଥିବା ବେଳେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ । ଗୋଟିଏ ପରିବାରର ଦିଅର ଓ ଭାଉଜ ମଧ୍ୟରେ କୈାଣସି କାରଣରୁ ନେଇ ବଚସା ହୋଇଥିଲା । ଦିଅର ଉତ୍ୟକ୍ତ ହୋଇ ନିଜ ମାନସିକ ଭାରସାମ୍ୟ ହରାଇ ଭାଉଜକୁ ଟାଙ୍ଗିଆରେ ଆଣି ହତ୍ୟା କରିଥିବା ଜଣାପଡ଼ିଛି ।ଏହାପରେ ଅଭିଯୁକ୍ତ ଦିଅର ଲଖିରାମ ଭୂମିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ପୋଲିସ ଘଟଣାସ୍ଥଳରେ ପହଂଚି ଉଭୟଙ୍କ ମୃତଦେହ ଉଦ୍ଧାର କରିଛି । ଦିଅର ଭାଉଜଙ୍କ ମୃତ୍ୟୁର ଅସଲ କାରଣ ସ୍ପଷ୍ଟ ଜଣାପଡ଼ିନାହିଁ । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର

About admin

Check Also

ଜୟପୁର ଦୈନିକ ପରିବା ମାର୍କେଟରେ ନିଆଁ ଲାଗି ଦୋକାନ ଘର ଜଳିଗଲା

ଜୟପୁର, ୨୩/୧/୨୦୨୨ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ଜୟପୁର ସହରରେ ଥିବା ପ୍ରଥମ ଦୈନିକ ପରିବା ମାର୍କେଟରେ ଭୋର୍ ୪ଟା …

Leave a Reply

Your email address will not be published. Required fields are marked *