ଭୁବନେଶ୍ୱର,୦୯/୦୯/୨୦୧୯(ଓଡ଼ିଶା ସମାଚାର)- ଫୁଟବଲ ଟୁର୍ଣ୍ଣାମେସଟ ଚାଲିଥିବା ବେଳେଏକ ଦୁଃଖଦ ଘଟଣା ଘଟିଛି । ଫୁଟବଲ ଖେଳିବା ବେଳେ ଛାତିରେ ଯନ୍ତ୍ରଣା କାରଣରୁ ଜଣେ ଖେଳାଳିଙ୍କ ମୃତ୍ୟୁଘଟିଛି । ମିଳିଥିବା ପ୍ରାଥମିକ ସୂଚନା ମୁତାବକ, କଟକ ବାରବାଟି ଷ୍ଟାଡିୟମରେ ଫାଓ ଫୁଟବଲ ଲିଗରେ ଏସବିଆଇ ଓ ସାଇ ହଷ୍ଟେଲ ମଧ୍ୟରେ ଫୁଟବଲ ମ୍ୟାଚ ଚାଲିଥିଲା । ଖେଳଚାଲିଥିବା ବେଳେ ଜଣେ ଖେଳାଳି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ।ସେଙ୍ଗ ସେଙ୍ଗ ଖେଳାଳିଙ୍କୁ ଏସସିବି ମେଡ଼ିକାଲ ନିଆଯାଇଥିଲା । ସେଠାରେ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଖେଳାଳି ହେଲେ ଅଜୟ ନାୟକ । ମୃତ ଅଜୟ ନାୟକ ଏସବିଆଇ ପକ୍ଷରୁ ଖେଳୁଥିଲେ । ଓଡ଼ିଶା ସମାଚାର