ଭୁବନେଶ୍ୱର,୦୯/୦୯/୨୦୧୯(ଓଡ଼ିଶା ସମାଚାର)- ପୋଲିସ ନିଜେ ଆଇନ ଉଲ୍ଲଂଘନ କରୁଥିବାବେଳେ ସାଧାରଣ ଲୋକଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରୁଥିବା ସନ୍ଦେହକୁ ଦୂର କରିବାକୁ କମିଶନରେଟ୍ ପୋଲିସ ଏକ ଅଭିନବ ପଦକ୍ଷେପ ଆପଣାଇଛି । ଏଣିକି ଅନଲାଇନ ରେ ପୋଲିସ ଗାଡ଼ିର କାଗଜପତ୍ର ମିଳିପାରିବ । ୱେବଲାଇନ୍ ରେ ଗଲେ ଯିଏ କେହିବି ପୋଲିସ ଗାଡ଼ିର ଡକ୍ୟୁମେଂଟକୁ ଯାଂଚ କରିପାରିବ । ଯାହାଦ୍ୱାରା ସାଧାରଣଲୋକଙ୍କ ମନରେ ଥିବା ଦ୍ୱନ୍ଦ ଦୂର ହୋଇପାରିବ ବୋଲି କହିଛନ୍ତି କଟକ-ଭୁବନେଶ୍ୱର ପୋଲିସ କମିଶନର୍ ଡ. ସୁଧାଂଶୁ ଷଡ଼ଙ୍ଗୀ ।ଏଠାରେ ଉଲ୍ଲେଖ ଯୋଗ୍ୟ, ସରକାରୀ ଗାଡ଼ିକୁ ଛାଡ଼ିଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା । ଏପରିକି ଭୁବନେଶ୍ୱରରେ କିଛି ଲୋକ ତିନୋଟି ସରକାରୀ ଗାଡ଼ିକୁ ଅଟକ ରଖିଥିଲେ । ସେମାନେ ଆଇନ ଉଲ୍ଲଂଘନ କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା । ଏହା ପରେ ରାଜମହଲ ଛକରେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ବାଧ୍ୟ ହୋଇ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ଲୋକଙ୍କ ମନରେ ଥିବା ଦ୍ୱନ୍ଦକୁ ଦୂର କରିବାକୁ ସମସ୍ତ ପୋଲିସ ଗାଡ଼ିର ଡଳ୍ୟୁମେଂଟ ୱେବସାଇଟ୍ ରେ ଅପଲୋଡ୍ କରିବାକୁ ନିଷ୍ପତିି ନିଆଯାଇଛି । ଓଡ଼ିଶା ସମାଚାର