Tuesday , October 26 2021
Breaking News
Home / ବିଶେଷ / ୫ ଟି ଭୁଲ୍ କଲେ ଦେବାକୁ ପଡିବ ଫାଇନ୍ – ଥ୍ୟାଙ୍କ ୟୁ କାର୍ଡ଼  ଓ ଚକୋଲେଟ ଦେଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେଲା

୫ ଟି ଭୁଲ୍ କଲେ ଦେବାକୁ ପଡିବ ଫାଇନ୍ – ଥ୍ୟାଙ୍କ ୟୁ କାର୍ଡ଼  ଓ ଚକୋଲେଟ ଦେଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେଲା

 – ସାରା ରାଜ୍ୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବାକୁ ଦାବି

ଭୁବନେଶ୍ୱର,୦୮/୦୯/୨୦୧୯(ଓଡ଼ିଶା ସମାଚାର)- ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଫାଇନ୍ ଆଦାୟକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଯାହା ଶନିବାର ଦିନ ଦେଖିବାକୁ ମିଳିଛି ଭୁବନେଶ୍ୱର ରାଜମହଲ ଛକ ଠାରେ  । ଜନତା – ପୋଲିସ୍ ମୁହାଁମୁହିଁ ହୋଇଥିବା ବେଳେ ଲାଠିଚାର୍ଜ ମଧ୍ୟ ହୋଇଛି । ଏହି ସମୟରେ ଫାଇନ୍ ଆଦାୟକୁ ନେଇ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ । ସେ କହିଛନ୍ତି ବର୍ତମାନ ବହୁ ସଂଖ୍ୟକ ଲୋକଙ୍କର ଡ୍ରାଇଭିଂ ଲାଇସେନ୍ସ ନାହିଁ । ଏଥିପାଇଁ ସମୟ ଲାଗିବ । ବର୍ତମାନ ଗାଡିର ଇନ୍ସ୍ୟୁରାନ୍ସ ଓ ପଲ୍ୟୁସନ୍ ସାଟିଫିକେଟ୍ ଯାଂଚ ହେଉନାହିଁ । ସାଧାରଣ ଲୋକଙ୍କ ହଇରାଣ ନକରିବାପାଇଁ ଅଧିକାରୀ ମାନଙ୍କୁ କୁହାଯାଇଛି । ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ ମୁଖ୍ୟତଃ ୫ ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି । ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କରିବା , ରାସ୍ତାର ଭୁଲ୍ ପାଶ୍ୱର୍ରେ ଯିବା ,ହେଲମେଟ୍ ବ୍ୟବହାର ନକରିବା , ମଦ ପିଇ ଗାଡି ଚଳାଇବା ଓ ଗୋଟିଏ ଗାଡିରେ ୩ ଜଣ ଯିବା  ।ଏହି ୫ ଟି ନିୟମ ଉଲ୍ଲଂଘନ ହେଉଥିଲେ ଆମେ ଫାଇନ୍ ଆଦାୟ କରୁଛୁ । ୫୦୦ ରୁ ହଜାରେ ଟଙ୍କା ଫାଇନ୍ ଆଦାୟ କରାଯାଉଛି । ସୋସିଆଲ ମିଡିଆରେ ଫାଇନ୍ ଆଦାୟକୁ ନେଇ କୁ ନେଇ ଗୁଜବ ପ୍ରକାଶ ପାଉଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ସହାୟତାପାଇଁ ରାଜ୍ୟ ସରକାର ହେଲ୍ପ ଲାଇନ୍ ନମ୍ବର ଜାରୀ କରିଛନ୍ତି । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଟୋଲ ଫ୍ରି ନମ୍ବର ୧୮୦୦-୩୪୫-୧୦୭୩ଜାରୀ କରାଯାଇଛି । ଫାଇନ୍ ଆଦାୟବେଳେ ସମସ୍ୟା ଦେଖାଦେଲେ ଲୋକେ ଏହି ନମ୍ବରରେ କଲ୍ କରିପାରିବେ  । ସକାଳ ୮ଟାରୁ ରାତି୧୦ଟା ଯାଏଁ ଏହି ସହାୟତା କେନ୍ଦ୍ର ଖୋଲା ରହିବ । ସେହିପରି ସବୁ ଆରଟିଓରେ ହେଲ୍ପ ଡେସ୍କ ଖୋଲିବ । ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ଏହି ହେଲ୍ପ ଡେସ୍କ ଖୋଲାଯିବ । ଏହାସହ ଫିଟନେସ୍ ସାର୍ଟିଫିକେଟ୍ ଓ ରିନ୍ୟୁଆଲ ପାଇଁ ଅଧିକ ବ୍ୟବସ୍ଥା କରିବାକୁ କୁହାଯାଇଛି । ଡ୍ରାଇଭିଂ ଲାଇସେନ୍ସ ପାଇଁ ଅଧିକ ସ୍ଲଟ୍ ଖୋଲିବାକୁ ପରିବହନ ବିଭାଗ ସଚିବ ଜି. ଶ୍ରୀନିବାସନ୍ ସମସ୍ତ ଆରଟିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସାରା ରାଜ୍ୟରେ ଉପରୋକ୍ତ ୫ଟି  ଯାଂଚ କରିବା ପାଇଁ ଓ ଲୋକମାନଙ୍କୁ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବାକୁ ସାଧାରଣରେ ଦାବି ହେଉଛି । ଆଜି ରାଜଧାନୀରେ ଟ୍ରାଫିକ୍ ଯାଂଚ ବ୍ୟବସ୍ଥା ବଦଳି ଯାଇଛି । ଯେଉଁମାନେ ଟ୍ରାଫିକ୍ ନୀୟମ ମାନି ହେଲମେଟ ପିନ୍ଧି ଗାଡ଼ି ଚଳାଉଛନ୍ତି , ସିଟ ବେଲ୍ଟ ବାନ୍ଧିଛନ୍ତି ସେମାନଙ୍କୁ ଟ୍ରାଫିକ୍ ଛକରେ  ଥ୍ୟାଙ୍କ ୟୁ କାର୍ଡ଼ ଓ ଚକୋଲେଟ ଦିଆଯାଉଥିବା ଦେଖାଯାଉଛି । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *