Saturday , October 16 2021
Breaking News
Home / ତାଜା ଖବର / ସ୍ତ୍ରୀ, ଶାଶୁ ଓ ପିଲାଙ୍କୁ ରାସ୍ତାରେ ଠେଲି ଦେଇ ଯୁବକ ଫେରାର, ଶାଶୁ ଓ ସ୍ତ୍ରୀ ଗୁରୁତର

ସ୍ତ୍ରୀ, ଶାଶୁ ଓ ପିଲାଙ୍କୁ ରାସ୍ତାରେ ଠେଲି ଦେଇ ଯୁବକ ଫେରାର, ଶାଶୁ ଓ ସ୍ତ୍ରୀ ଗୁରୁତର

ସାଲେପୁର, ୦୮/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) – ପାରିବାରିକ ଅଶାନ୍ତି କାରଣରୁ  ଦ୍ୱିପାଂଚଳର ଜଣେ ବ୍ୟକ୍ତି ନିଜ ସ୍ତ୍ରୀ, ଶାଶୁ ଓ ୨ପିଲାଙ୍କୁ ମୋଟର ସାଇକେଲରୁ ଠେଲିଦେଇ ଗୋଟିଏ ପୁତ୍ରକୁ ଧରି ଫେରାର ହୋଇଯାଇଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ କିଶୋରନଗର ଥାନାରେ ଅଭିଯୋଗ ହୋଇଛି । ଖବରରୁ ପ୍ରକାଶଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ କିଶୋରନଗର ଥାନା ଅନ୍ତର୍ଗତ ଉଦୟପୁର ଗ୍ରାମର ଗୋଲଖ ସାମଲ ନିଜ ପତ୍ନୀ ଲିଜା ସାମଲ, ଶାଶୁ  ଓ ଅନ୍ୟ ତିନି ପୁତ୍ରକୁ ନେଇ ନିଜ ବନ୍ଧୁଘରକୁ ଯାଉଥିବାବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ଘଟଣା ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଉଦୟପୁର ହନୁମାନ ମନ୍ଦିର ନିକଟରେ ସ୍ତ୍ରୀ ଲିଜା ସାମଲ, ଶାଶୁ ଓ ୨ପୁତ୍ରକୁ ରାସ୍ତାରେ ଠେଲିଦେଇଥିଲେ । ଫଳରେ ରାସ୍ତା ଉପରେ ପଡି ଶାଶୁ ଓ ତାଙ୍କ ପତ୍ନୀ ଲିଜା ଗୁରୁତର ଆହତ ହୋଇଥିବାବେଳେ ୨ପୁତ୍ର ଖଣ୍ଡିଆ ଖାବରା ହୋଇଥିଲେ । ତୃତୀୟ ପୁତ୍ରକୁ ଧରି ଗୋଲଖ ଦ୍ରୁତ ଗତିରେ ଘଟଣା ସ୍ଥଳରୁ ଖସି ପଳାଇଯାଇଥିଲା । ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପଠାଇଥିବା କିଶୋରନଗର ଥାନା ଆଇ.ଆଇ.ସି. ବାମଦେବ ସ୍ୱାଇଁ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଟାଟା ମ୍ୟାଜିକ କୁ ଧକ୍କାଦେଇ ବାଇକ ଆରୋହୀ ମୃତ

ବାଲିଗୁଡା,୧୫/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି …

Leave a Reply

Your email address will not be published. Required fields are marked *