Thursday , October 6 2022
Breaking News
Home / ବିଶେଷ / ସରକାର ନେଇଥିବା ନିଷ୍ପତିି ଠିକ୍ , ବିକାଶରେ ରୋକ ଲଗାଯିବା ଠିକ ନୁହେଁ : ଆମିକସ୍ କୁ୍ୟରୀ

ସରକାର ନେଇଥିବା ନିଷ୍ପତିି ଠିକ୍ , ବିକାଶରେ ରୋକ ଲଗାଯିବା ଠିକ ନୁହେଁ : ଆମିକସ୍ କୁ୍ୟରୀ

ପୁରୀ,୦୮/୦୯/୨୦୧୯(ଓଡ଼ିଶା ସମାଚାର)-ଉଚ୍ଛେଦନିମନ୍ତେ ସରକାର ଗ୍ରହଣ କରିଥିବା ନିଷ୍ପତି ଠିକ୍ ଏବଂ ସ୍ୱାଗତଯୋଗ୍ୟ ।ଏହାକୁ ବନ୍ଦ କରା ନ ଯିବା ଉଚିତ ବୋଲି ଶନିବାର ପୂର୍ବାହ୍ନରେ ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିବା ଆମିକସ୍କୁ୍ୟରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତିଯେ, ଏହା ସରକାରଙ୍କ ଉତମ ପରିକଳ୍ପନା । ଜନସାଧାରଣ ଏଥିରେ ସହଯୋଗ କରିବା କଥା । ୨୫ବର୍ଷରେ ଥରେ ନାଗାର୍ଜୁନ ବେଶ ହୁଏ ।ତେଣୁ ଏହି ବେଶ ଆସନ୍ତା ବର୍ଷ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଦେଖିବା ପାଇଁ ପୁରୀରେ ପ୍ରାୟ ୧୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏହାକୁ ଦୁଷ୍ଟିରେ ରଖି ସରକାର ସମୁଚ୍ଚିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଦେଶର ସର୍ବୋଚ୍ଚ ଅଦାଲତଙ୍କ ନିର୍ଦେଶ ଅନୁସାରେ ପୁରୀର ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟ ଅନୁଧ୍ୟାନ କରିବାକୁ ଆସିଥିଲି । ଏଠାରେ କାହାକୁ ବଳପୂର୍ବକ ଉଚ୍ଛେଦ କରାଯାଉନାହିଁ ।ଏହା ପୂର୍ବରୁ ସମସ୍ତଙ୍କ ସହ ଆଲୋଚନାକରାଯାଇ ଉଚ୍ଛେଦ କରାଯାଉଛି ।ଅନ୍ୟପକ୍ଷରେ ପୁରୀ ପାଇଁ ସରକାରପ୍ରସ୍ତୁତ କରିଥିବା ଯୋଜନାର ବ୍ଲପ୍ରିଂଟ୍ ଦେଖି ସେ କହିଲେ ଯେ, ଏହା ଦ୍ୱାରା ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ହୋଇପାରିବ । ସୂଚନା ଥାଉକି, ରାଜ୍ୟ ସରକାର ଶ୍ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ନଗରୀ ଭାବରେ ଗଢି ତୋଳିବା ପାଇଁ ସ୍ୱପ୍ନ ଦେଖିଥିଲା ବେଳେ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଉଦ୍ୟମ ଜାରିରଖିଛନ୍ତି, ହେଲେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଇ ସରକାର ଶ୍ରୀମନ୍ଦିରର ମେଘନାଦ ପାଚେରୀ ଠାରୁ୭୫ ମିଟର ଉଚ୍ଛେଦ କରିବା ପାଇଁ ନିର୍ଦେଶ ଦେଇଥିଲେ । ମାତ୍ର ଏହି ୭୫ମିଟର ପରିସର ମଧ୍ୟରେ ଅନେକ ଐତିହ୍ୟ ମଠ, ମନ୍ଦିର, ବ୍ୟବସାୟପ୍ରତିଷ୍ଠାନ ଓ ସ୍ଥାୟୀ ବାସିନ୍ଦାଙ୍କ ଗୃହ ଉଚ୍ଛେଦ କରାଯିବ । ସେଥିପାଇଁ ମଧ୍ୟ ସେମାନଙ୍କୁ ମୋଟା ଅଙ୍କର ଅର୍ଥ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ । ମାତ୍ର ପ୍ରଥମେ ମେଘନାଦ ପାଚେରୀ କଡରୁ ଜବରଦଖଲ ଉଚ୍ଛେଦପରେ ପରେ ୭୫ ମିଟର ପରସରରେ ରହିଥିବା ଐତିହ୍ୟ ଲଙ୍ଗୁଳି ମଠ,ଏମାରମଠ ଓ ରଘୁନନ୍ଦନ ଲାଇବ୍ରେରୀ ଭାଙ୍ଗି ମାଟିରେ ମିଶିଗଲା । ଫଳରେ ଏହାକୁନେଇ ଅନେକଙ୍କ ମଧ୍ୟରେ ଅସେନ୍ତାଷ କୁହୁଳିଥିବା ବେଳେ ପ୍ରଶାସନ ପକ୍ଷରୁ ପୁଣି ବଡ ଆଖଡାମଠକୁ ଭାଙ୍ଗିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ମାତ୍ର,ତାହାକୁ ବିରୋଧ କରିଥିଲେ ସମସ୍ତ ମଠମହନ୍ତ । ପରେ ମହନ୍ତଙ୍କ ପକ୍ଷରୁ ଏକଖୋଲା ଚିଠି ସୁପ୍ରିମକୋର୍ଟଙ୍କ ନିକଟକୁ ପ୍ରେରଣ କରିଥିଲେ । ଉକ୍ତ ଚିଠି ହସ୍ତଗତ ହେଲା ପରେ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବାକୁ କୋର୍ଟ ଆମିକସ୍ କୁ୍ୟରୀ ଓ ସଲିସିଟର ଜେନେରାଲଙ୍କୁ ନିର୍ଦେଶ ଦେଇଥିଲେ । ମାତ୍ର, ଆମିକସ୍ କୁ୍ୟରୀ ରଞ୍ଜିତ୍ କୁମାରଏବଂ ସଲିସିଟର ଜେନେରାଲ ପୁରୀରେ ପହଂଚି ପ୍ରଥମେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ଶ୍ରୀମନ୍ଦିର ବେଢା ପରିକ୍ରମା କରି ଦେଖିବା ସହିତ ରୋଷ ଘର, ଆନନ୍ଦବଜାର ସମେତ ଶ୍ରୀମନ୍ଦିରର ଚତୁଃପାଶ୍ୱର୍ ବୁଲିଦେଖିଥିଲେ । ଶ୍ରୀନଅରକୁ ଯାଇ ଗଜପତି ମହାରାଜାଙ୍କୁ ସାକ୍ଷାତ୍ କରି ସବିଶେଷ ଆଲୋଚନା କରି ଶେଷରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକଙ୍କ ସହିତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରି ଫେରିଯାଇଥିବା ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.