Thursday , October 21 2021
Breaking News
Home / ବିଶେଷ / ସମ୍ବାଦ ଆମ ଓଡ଼ିଶା ବାର୍ଷିକ ପ୍ରତିଯୋଗିତା – ଗରଦପୁର ବ୍ଲକ ରୁ  ୨୫୦ ଛାତ୍ର ଛାତ୍ରୀଙ୍କ ଅଂଶ ଗ୍ରହଣ

ସମ୍ବାଦ ଆମ ଓଡ଼ିଶା ବାର୍ଷିକ ପ୍ରତିଯୋଗିତା – ଗରଦପୁର ବ୍ଲକ ରୁ  ୨୫୦ ଛାତ୍ର ଛାତ୍ରୀଙ୍କ ଅଂଶ ଗ୍ରହଣ

ଗରଦପୁର, ୦୮/୦୯/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ  ନଇନ୍ଦିପୁର ନୋଡ଼ାଲ ଉଚ ବିଦ୍ୟାଳୟରେ  ଆଜି ବ୍ଲକ୍ ସ୍ତରୀୟ  ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷା ଜ୍ଞାନ – ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।  ଏଥିରେ ଗରଦପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନଇନ୍ଦିପୁର ଉଚ ବିଦ୍ୟାଳୟ, ଗରଦପୁର ଉଚ ବିଦ୍ୟାଳୟ , ପଂଚାୟତ ନାଗମଣି ଉଚ ବିଦ୍ୟାଳୟ ହରିଦାସପୁର , ପଂଚାୟତ ଉଚ ବିଦ୍ୟାଳୟ କଳାବୁଦା , ଚାଉଳିଆ ବାମରା ଉଚ ବିଦ୍ୟାଳୟ , ପାଖଡ଼ ଉଚ ବିଦ୍ୟାଳୟ , ପାଟକୁରା ଉଚ ବିଦ୍ୟାଳୟ , କୋରୁଆ ସରକାରୀ ଉଚ ବିଦ୍ୟାଳୟ, ବାଲା ବିହାରୀ ଉଚ ବିଦ୍ୟାଳୟ ମାହାଳ ଓ ଘୋଡ଼ାଦଣ୍ଡାର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର  ମାନଙ୍କରୁ  ମୋଟ ୨୫୦ ଜଣ ଛାତ୍ର ଛାତ୍ରୀ  ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।  ପ୍ରତିଯୋଗିତା ପରେ ପରେ  ବିଚାରକ ମଣ୍ଡଳୀ ବିଭିନ୍ନ ପ୍ରତିଯୋଗିତାର ମୂଲ୍ୟାୟନ କରିଥିଲେ ।  ଏହି ଅବସରରେ  ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ନଇନ୍ଦିପୁର ଉଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୃସିଂହ ଚରଣ ମଲିକ୍ ସଭାପତିତ୍ୱ କରିଥିଲେ ।  ମୁଖ୍ୟ ଅତିଥି ଭାବରେ ପ୍ରକୃତିବନ୍ଧୁ ଦ୍ୱାରିକାନାଥ ସେନାପତି , ବିଶିଷ୍ଟ ଅତିଥି ପ୍ରଧ୍ୟାପକ ନୀରୋଦ ଦାସ , ସମ୍ମାନୀୟ ଅତିଥି ଶିକ୍ଷକ ଭଗବାନ ବାରିକ ଯୋଗଦେଇ ସମ୍ବାଦ ଆମ ଓଡ଼ିଶା ତରଫରୁ  ଦୀର୍ଘ ବର୍ଷ ଧରି ଓଡ଼ିଆ ଭାଷା ସାହିତ୍ୟ ସମ୍ପର୍କରେ  କରାଯାଉଥିବା ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ  ପରିପ୍ରେକ୍ଷିରେ ଏହାର ଅଧ୍ୟକ୍ଷ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଭୂୟଶି ପ୍ରସଂଶା କରିଥିଲେ ।  ଅତିଥିମାନେ ଚିତ୍ରାଙ୍କନରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଗରଦପୁର ର ଶୁଭଲକ୍ଷ୍ମୀ କର-  ୧ମ, ସେହି ସ୍କୁଲ ର ଆୟୂଷା ମହାପାତ୍ର -୨ୟ ଓ ପ୍ରଚୁର୍ଯ୍ୟା ଦାଶ – ୩ୟ , ଓଡ଼ିଆ ହସ୍ତାକ୍ଷରରେ ବାଲା ବିହାରୀ ସରକାରୀ ଉଚ ବିଦ୍ୟାଳୟ ମାହାଳର ଅନନ୍ୟା ପଟ୍ଟନାୟକ- ୧ମ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗରଦପୁର ର ଶୁଭଲକ୍ଷ୍ମୀ ନାୟକ – ୨ୟ ଓ ଘୋଡ଼ାଦଣ୍ଡା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ମନସ୍ମିତା ପ୍ରଧାନ ୩ ୟ ଏବଂ ସେହିପରି ଓଡ଼ିଆ ଭାଷାଜ୍ଞାନ ପରୀକ୍ଷାରେ ଯୋଗ୍ୟ ବିବେଚିତ କଳାବୁଦାସ୍ଥିତ ପଂଚାୟତ ଉଚ ବିଦ୍ୟାଳୟର  ନୀହାର ରଂଜନ ମହାପାତ୍ର ୧ମ , ନଇନ୍ଦିପୁର ନୋଡ଼ାଲ ଉଚ ବିଦ୍ୟାଳୟର ଶୁଭଲକ୍ଷ୍ମୀ ଦାଶ ୨ୟ ଓ ହରିଦାସପୁରସ୍ଥିତ ପଂଚାୟତ ନାଗମଣି ଉଚ ବିଦ୍ୟାଳୟର  ସସ୍ମିତା ଗୋଛାୟତ ୩ୟ ଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରଣତି ପଣ୍ଡା,ଜ୍ୟୋତିଭୁଷଣ ମିଶ୍ର, ସୁରେଶ ଚନ୍ଦ୍ର ପାଣି, ଶ୍ରୀକାନ୍ତ ସାହୁ, ସୁଶାନ୍ତ କୁମାର ସାହୁ, ନୀବେଦିତା ପରିଡ଼ା, ନର୍ମଦା ବେହେରା, ଆନଙ୍ଗ କୁମାର ସାମଲ, ଦମୟନ୍ତୀ ଷଢ଼ଙ୍ଗୀ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।  ଆୟୋଜିତ ଉତ୍ସବରେ ଆଜି ହୃଦାଘାତରେ ମୃତ ଏହି ବିଦ୍ୟାଳୟର ଶିକ୍ଷା କର୍ମଚାରୀ ଅରୁଣ ସ୍ୱାଇଁଙ୍କ ଅକାଳ ବିୟେଗରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇ ତାଙ୍କ ଆତ୍ମାର ସଦଗତି କାମନା କରାଯାଇଥିଲା । ଆମ ଓଡ଼ିଶା ବ୍ଲକ୍ ସଂଯୋଜକ ତଥା ସାମ୍ବାଦିକ ନବଘନ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବିକାଶ ର ବାଟ ଚାହିଁ ବସିଛନ୍ତି ଭିତରପଣ୍ଡି ଗ୍ରାମବାସୀ

Leave a Reply

Your email address will not be published. Required fields are marked *