Sunday , October 1 2023
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ବିମାନ ଯାତ୍ରୀଙ୍କ ଅକସ୍ମାତ ମୃତ୍ୟୁ

ସଂକ୍ଷେପରେ ତାଜା ଖବର : ବିମାନ ଯାତ୍ରୀଙ୍କ ଅକସ୍ମାତ ମୃତ୍ୟୁ

 

ଭୁବନେଶ୍ୱର,୦୮/୦୯/୨୦୧୯(ଓଡ଼ିଶା ସମାଚାର)- ବିମାନ ଯାତ୍ରୀଙ୍କ ଅକସ୍ମାତ ମୃତ୍ୟୁ । ଆଜି ଚେନ୍ନାଇ ରୁ କୋଲକାତା ଯାଉଥିବା ଏକ ବିମାନ ର ଜଣେ ଯାତ୍ରୀ ଙ୍କ ସ୍ୱାସ୍ଥ୍ୟ ହଠାତ ବିଗିଡ଼ି ଯିବାରୁ ଭୁବନେଶ୍ୱର ଠାରେ ତାକୁ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା । ସମ୍ପୃକ୍ତ ଅସୁସ୍ଥ ଯାତ୍ରୀଙ୍କୁ ତୁରନ୍ତ ଏକ ଘରୋଇ ହସପିଟାଲ ରେ ଭର୍ତି କରାଯାଇଥିଲା । କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯାତ୍ରୀଙ୍କ ନାମ ଅଶୋକ କୁମାର ଶର୍ମା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *