Sunday , October 1 2023
Home / ବିଶେଷ / ଶିକ୍ଷାକର୍ମଚାରୀଙ୍କ ଅକାଳ ବିୟୋଗ

ଶିକ୍ଷାକର୍ମଚାରୀଙ୍କ ଅକାଳ ବିୟୋଗ

ଗରଦପୁର, ୦୮/୦୯/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ନଇନ୍ଦିପୁର ନୋଡ଼ାଲ ଉଚ ବିଦ୍ୟାଳୟର ଶିକ୍ଷା କର୍ମଚାରୀ ଅରୁଣ ସ୍ୱାଇଁ (୪୬) ଙ୍କର ଆଜି ହୃଦାଘାତରେ ଅକାଳ ବିୟେଗ ଘଟିଛି । ଅରୁଣ ହୃଦାଘାତରେ ଆକ୍ରାନ୍ତ ହୋଇ ୩ ଦିନ ହେଲା ଚିକିତ୍ସାଧିନ ଥିଲେ । ଭୁବନେଶ୍ୱରରେ ଏକ ହସପିଟାଲରେ ଚିକିତ୍ସାଧିନ ଥିବାବେଳେ ଆଜି ତାଙ୍କର ବିୟୋଗ ଘଟିଥିଲା । ତାଙ୍କ ଶବ ଗାଁ ରେ ପହଂଚିବା ପରେ ସେଠାରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କ ଶବକୁ ଏକ ଶୋଭାଯାତ୍ରାରେ ସ୍କୁଲ କୁ ନି÷ଆଯାଇଥିଲା ଓ ଗ୍ରାମ ପରିକ୍ରମା କରାଯାଇ ସ୍ମଶାନ ଘାଟକୁ ନିଆଯାଇଥିଲା । ବଡ଼ ଝିଅ ମୁଖାଗ୍ନୀ ଦେଇଥିଲେ । ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବାପା, ମା, ବିଧବା ପତ୍ନୀ ଓ ଦୁଇ ଝୀଅ ଅଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *